କଦଳୀମୁଣ୍ଡା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
ଜୁନାଗଡ଼(ବ୍ରହ୍ମା ପ୍ରସାଦ କାଣ୍ଡ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କଦଳିମୁଣ୍ଡା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଭାରସାମ୍ୟ ହରାଇ ବାଇକ ରୁ ଖସି ଦୁର୍ଘଟଣା ର ଶିକାର ହେବାରୁ ଦୁଇ ବାଇକ ଆରୋହୀ ଗୁରୁତର | ସୂଚନା ଅନୁସାରେ ଗୋଲାମୁଣ୍ଡା ବ୍ଲକ ଦେକୋଟ ଗ୍ରାମର ଶ୍ରୀକାନ୍ତ ଗହୀର ଏବଂ ସେହି ଗ୍ରାମର ରାଜୁ ନାଗ ଗୋଟିଏ ବାଇକରେ ନିଜ ଗାଁ ରୁ ଗୋଲାମୁଣ୍ଡା ଯାଉଥିବା ବେଳେ କଦଳିମୁଣ୍ଡା ଛକ ନିକଟରେ ଭାରସାମ୍ୟ ହରାଇ ବାଇକରୁ ଖସି ଦୁର୍ଘଟଣାର ଶିକାର ହୋଇ ଥିଲେ | ଦୁର୍ଘଟଣାରେ ଶ୍ରୀକାନ୍ତଙ୍କ ମୁଣ୍ଡ, ନାକ ଅଧିକ କ୍ଷତାକ୍ତ ହୋଇଥିବା ବେଳେ ରାଜୁ ନାଗ କ୍ଷତାକ୍ତ ହୋଇ ଗୁରୁତର ହୋଇଛନ୍ତି | ଖବର ପାଇ ଅଞ୍ଚଳବାସୀ ଘଟଣା ସ୍ଥଳକୁ ପହଞ୍ଚି 108 ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିବାକୁ 2 ଗୁରୁତର କୁ ଆମ୍ବୁଲାନ୍ସ ଯୋଗେ ଧର୍ମଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ପରେ ଅଧିକ ଗୁରୁତର ଥିବାରୁ ଶ୍ରୀକାନ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଛି |
Comments are closed.