ନୂଆଗାଁ ଆଦର୍ଶ ବିଦ୍ୟାଳୟ ସ୍ଥାନ ପରିଦର୍ଶନ କଲେ ଜିଲ୍ଲାପାଳ

ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦରମହକୁମାରେ ଥିବା ନୂଆଗାଁ ବାବା ବିରୁ ପାଖେଶ୍ୱର ମନ୍ଦିର ନିକଟବର୍ତ୍ତୀ ଆଦର୍ଶ ବିଦ୍ୟାଳୟ ନିର୍ମାଣ ହେବାକୁ ଥିବା ସ୍ଥାନ ପରିଦର୍ଶନ କରିଛନ୍ତି ନୟାଗଡ ଜିଲ୍ଲାପାଳ ଡ଼ ପୋମା ଟୁଡୁ। ଏହି ସ୍ଥାନ ରେ ଯାଗା ଚିହ୍ନଟ ହୋଇଥିଲେ ମଧ୍ୟ ଗୃହ ନିର୍ମାଣ ହୋଇପାରିନଥିଲା । ତେବେ ଏହି ସ୍ଥାନରେ ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ ହେବ ବୋଲି ଜଣା ପଡିଛି । ଆଦର୍ଶ ବିଦ୍ୟାଳୟ ପରିଦର୍ଶନ ସମୟରେ ଜିଲ୍ଲାପାଳଙ୍କ ସହିତ ଉପ ଜିଲ୍ଲାପାଳ ଲଗ୍ନଜିତ୍ ରାଉତ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ,ବିଡ଼ିଓ ପ୍ରମୋଦ କୁମାର ନାୟକ ,ସହକାରୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଆଦର୍ଶ ବିଦ୍ୟାଳୟକୁ ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ବିଧାୟକଙ୍କ ପ୍ରଚେଷ୍ଟା ଯୋଗୁଁ ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ ହେବାକୁ ଯାଉଥିବାରୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ କୃତଜ୍ଞତା ଜଣାଇଛନ୍ତି ଅଞ୍ଚଳ ବାସୀ ।

Comments are closed.