ପୋଖରୀରେ ବୁଡ଼ି ଯୁବକ ମୃତ
କେନ୍ଦୁଝର (ସଂଗ୍ରାମ କେଶରୀ ମିଶ୍ର) : କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଜଳବଙ୍ଗ ପାଗଡା ପୋଖରୀରେ ବୁଡ଼ି ରମେଶ ନାଏକ ନାମକ ମୃତ୍ୟୁ ବରଣ କରିଛନ୍ତି । ସୂଚନା ଅନୁସାରେ ଜଳବଙ୍ଗ ଶାଉନ୍ତି ସାହିର ଶ୍ରୀପ୍ରତି ନାଏକ ଙ୍କ ୩୫ ବର୍ଷୟ ପୁଅ ରମେଶ ନାଏକ ପେଷାରେ ଜଣେ ରାଜ ମିସ୍ତ୍ରୀ , ପ୍ରତିଦିନ ପରି ଗତକାଲି ସକାଳ ପ୍ରାୟ ୯ଟା ସମୟରେ ଘରୁ ଗାଧୋଇବା ପାଇଁ ଆସିଥିଲେ କିନ୍ତୁ ଦ୍ୱିପହର ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ଘର ଲୋକ ସବୁଆଡ଼େ ଖୋଜିଥିଲେ ମାତ୍ର ରାତି ପର୍ଯ୍ୟନ୍ତ ତାଙ୍କର କୌଣଷି ସନ୍ଧାନ ମିଳିନଥିଲା । ତେବେ ଆଜି ସକାଳ ପ୍ରାୟ ୭ ଟା ସମୟରେ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ସମୟରେ ରମେଶ ର ମୃତ ଦେହ ପୋଖରୀ ରେ ଭାଶୁଥିବାର ଦେଖି ଘର ଲୋକଙ୍କୁ ଜଣାଇବା ପରେ ପୋଖରୀ କୂଳରେ ଲୋକଙ୍କ ଭିଡ଼ ଜମିଥିଲା । ଅପରପଟେ ଏ ସମ୍ପର୍କରେ ସଦର ପୋଲିସ ଓ ଅଗ୍ନୀସମ ବିଭାଗକୁ ଖବର ଦିଆଯାଇଥିଲା | ଅଗ୍ନିସମ ବାହିନୀ ଦ୍ଵାରା ପୋଖରୀ ଭିତରୁ ଶବଟିକୁ ଉଦ୍ଧାର କରାଯିବା ପରେ ସଦର ଥାନା ପୋଲିସ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି |
Comments are closed.