ବାଲେଶ୍ୱର : ୧୪ ବର୍ଷ ପରେ ଗାଁ ସାଥୀଙ୍କୁ ବ୍ଲକରେ ପ୍ରଶିକ୍ଷଣ ଦେଲେ ସରକାର
ବାଲେଶ୍ୱର(ଲଷ୍ମୀଧର ପ୍ରଧାନ) : ବାଲିଆପାଳ ବ୍ଲକ ଗାଁସାଥୀ ସଂଘ ଓ ରାଜ୍ୟ ସଂଘ ର ମିଳିତ କ୍ରିୟାନୁଷ୍ଠାନ କମିଟି ବାରମ୍ବାର ବୈଠକ ଓ ବିଧାନସଭା, ଜିଲ୍ଲାପାଳ ଓ ବ୍ଲକ ଆଗରେ ଧାରଣା ପ୍ରତିବାଦ ଆଲୋଚନା ,ମାନ୍ୟବର ଉଚ୍ଚ ନ୍ୟାୟାଳୟ ଚିଠି ପରେ ଚିଠି କଲେ ରାଜ୍ୟ ସରକାର କିନ୍ତୁ ତାର ସୁଫଳ କିଛି ମିଳୁନଥାଏ | ଆଜି ବାଲିଆପାଳ ମଣ୍ଡଳ ଉନ୍ନୟନ ଅଧିକାରୀ ଙ୍କ ଚିଠି ନମ୍ବର ୪୧୪୯ କ୍ରମେ ବାଲିଆପାଳ ବ୍ଲକ କନଫରେନ୍ସ ହଲରେ ପ୍ରଥମ ପ୍ରଜାୟରେ ପ୍ରତେକ ଗ୍ରାମ ପଞ୍ଚାୟତରୁ ଦୁଇଜଣ କୁ ମନରେଗା ଆପ ବିଷୟରେ ବିଡ଼ିଓ , ଏପିଓ ଓ ସିପି ପଞ୍ଚାୟତ ର ଜିଆରଏସ ଓ ଗାଁ ସାଥି (ମେଟ ) ମାନଙ୍କୁ ପ୍ରଶିକ୍ଷୟ ଦେଇଥିଲେ. ବାଲିଆପାଳ ବ୍ଲକ୍ ସଭାପତି କ୍ଷିତିଶ ଜେନା ସମସ୍ତ ଗାଁସାଥି ମାନଙ୍କୁ ଜିଆରଏସ ସହିତ ମିଳିମିଶି କାମ କରିବାକୁ ନିବେଦନ କରିଥିଲେ | ନକୁଳ ସାହୁ,ମନ୍ମଥ ପାଣିଗ୍ରାହୀ, ପରେଶ ଚନ୍ଦ୍ର କର,ଲକ୍ଷ୍ମୀଧର ପ୍ରଧାନ୍, ସସ୍ମିତା ଜେନା,ହେମନ୍ତ ପାତ୍ର,ଲକ୍ଷ୍ମୀକାନ୍ତ ପାତ୍ର,ଓଂକାର ପାଢୀ,ପରେଶ ରାଉଳ ଓ ଅନ୍ୟ ମାନେ ଉପସ୍ଥିତ ରହି ଗାଁସାଥି ମାନଙ୍କର ବିଭିନ୍ନ ସମସ୍ୟା ବାବଦରେ ବିଡ଼ିଓ , ଏପିଓ ଓ ସିପି ଙ୍କ ସହିତ ଆଲୋଚନା କରିଥିଲେ । ଉକ୍ତ ପ୍ରଶିକ୍ଷଣରେ ଅଫ ଲାଇନ ଏବଂ ଅନ ଲାଇନ ରେ ପ୍ରଶିକ୍ଷଣ ଦିଆଯାଇଥିଲା |
Comments are closed.