ପୋଖରୀରେ ଭାସୁଛି ଯୁବକଙ୍କ ମୃତଦେହ !!
ଜଟଣୀ (ସଞ୍ଜୀବ କୁମାର) : ଖଣି ପୋଖରୀରେ ଭାସୁଛି ଯୁବକଙ୍କ ମୃତ ଦେହ । ଏଭଳି ଘଟଣା ଦେଖିବାକୁ ମିଳିଛି ଜଟଣୀ ଆଇ.ଓ.ସି.ଏଲ ରାସ୍ତା ନିକଟସ୍ଥ ପଥର ଖଣିରେ । ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଂଚି ମୃତ ଦେହ ଉଦ୍ଦାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଖବର ପାଇ ଜଟଣୀ ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତ ଯୁବକ ଜଣକ ହେଉଛନ୍ତି ଜଟଣୀ ରାମଚନ୍ଦ୍ରପୁର ବଜ଼ାର ଅଂଚଳର ରମେଶ କୁମାର ଅଗ୍ରୱାଲଙ୍କ 30 ବର୍ଷୀୟ ପୁଅ କେଶବ ଅଗ୍ରୱାଲ | ଚଳିତ ମାସ ୨୨ତାରିଖରୁ ସେ ନିଖୋଜ ଥିଲେ ତେବେ ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି ଅପରପଟେ ପୋଲିସର ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଅନୁମାନ କରାଯାଉଛି |
Comments are closed.