ଚିଲିକାରେ ବଜ୍ରପାତ , ଜଣେ ମୃତ , ୨ ଗୁରୁତର

ଖୋର୍ଦ୍ଧା(ଵିଷ୍ଣୁ ଖୁଣ୍ଟିଆ) : ଚିଲିକାରେ ହୋଇଛି ବଜ୍ରପାତ , ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ଗୁରୁତର ଆହତ ହୋଇ ଟାଙ୍ଗୀ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମୃତକ ଜଣକ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସାନ-ନଈରୀ ଗ୍ରାମର ନାରାୟଣ ବେହେରା(ଜୟନ୍ତ) ଏବଂ ଚିକିତ୍ସିତ ହେଉଥିବା ଆହତ ଦୁହେଁ ହେଉଛନ୍ତି ନିକଟସ୍ଥ ହରିକୁଣ୍ଡ-ବରଡି ଗ୍ରାମର ନବୀନ ବରାଳ ଓ ବିପିନ ବରାଳ । ମୃତକ ଜଣକ ଚିଲିକାରେ ମାଛଧରା କାର୍ଯ୍ୟ କରୁଥିବା ବେଳେ ହେଲା ବଜ୍ରପାତ , ଆଉ ସେହିଠାରେ ହିଁ ସେ ଟଳିପଡି ଥିଲେ । ଗୁରୁତର ଆହତ ହୋଇଥିବା ଦୁଇ ଭାଇ ଚିଲିକା କୂଳ ବରଡି ପେଣ୍ଠ ନିକଟରେ ମାଛ କ୍ରୟ କରିବା ପାଇଁ ଡଙ୍ଗାକୁ ଅପେକ୍ଷା କରିଥିବା ବେଳେ ଏହି ଅଘଟଣର ଶିକାର ହୋଇଛନ୍ତି ।

Comments are closed.