ମାଙ୍କଡ଼ କାମୁଡ଼ାରେ ୪୦ ଆହତ

କୁଜଙ୍ଗ(ଦିପା ରାଣୀ ରାଉତ) : ମଙ୍ଗରାଜପୁର ପଞ୍ଚାୟତରେ ମାଙ୍କଡ ଆକ୍ରମଣରେ ୪୦ ଆହାତ,ମେଡିକାଲରେ ଭର୍ତ୍ତି।ଜଗସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ମଙ୍ଗରାଜପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ କିଛିଦିନ ହେବ ମାଙ୍କଡ ମାନଙ୍କ ଆତଙ୍କ ରାଜ ଚଳାଇ ଆସୁଛନ୍ତି।ସେହିପରି ଆଜକୁ ଦୁଇ ତିନିଦିନ ହେବ ମାଙ୍କଡ ଆକ୍ରମଣରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଜି ପୁଣି ଉକ୍ତ ପଞ୍ଚାୟତ ରେ ଆଉ ଏକ ମାଙ୍କଡ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହେବା ନଜିର ଆସିଛି। ଉକ୍ତ ବ୍ୟକ୍ତି ଙ୍କୁ ମିଶାଇ ୪୦ଜଣ ଆହତ ହୋଇସାରିଲେଣି। ସମସ୍ତ ଆହତଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ଅପରପକ୍ଷରେ ଆଜି କୁଜଙ୍ଗ ବନବିଭାଗ କୁ ଅବଗତ କରାଯାଇଥିବା ବେଳେ ବନବିଭାଗ ଦଳ ଉକ୍ତ ପଞ୍ଚାୟତ ରେ ପହଞ୍ଚି ତଦାରଖ କରି ଫେରିଯାଇଥିଲେ। ଆସନ୍ତା କାଲି ଉକ୍ତ ଅଞ୍ଚଳରେ ଆକ୍ରମକାରୀ ମାଙ୍କଡକୁ କାବୁକରାଯିବ ବୋଲି ସୂଚନା ମିଳିଛି । ଯଦି ମାଙ୍କଡ କୁ ଆୟତ ନକରାଯାଏ ତେବେ ଆଗକୁ ଆହୁରି ଆକ୍ରମଣର ଶିକାର ହୋଇ ମେଡିକାଲରେ ଭର୍ତ୍ତି ହେବା ଆଶଙ୍କା ଦେଖାଦେଇଛି। ତେଣୁ କୁଜଙ୍ଗ ବନବିଭାଗ ଯଥାସମ୍ଭବ ଉକ୍ତ ମାଙ୍କଡକୁ ଆୟତ କରିବାକୁ ପଞ୍ଚାୟତ ବାସୀ ସହିତ ଯୁବସମାଜ ସେବୀ ପଙ୍କଜ ତରାଇ ଓରଫ ଦିପୁ ଦାବୀ କରିଛନ୍ତି ।

Comments are closed.