ସଡକ ଦୁର୍ଘଟଣାରେ ଦୁଇ ନାବାଳକ ଗୁରୁତର
କେନ୍ଦ୍ରାପଡା(ପ୍ରଫୁଲ୍ଲ କୁମାର ମଲ୍ଲ) : କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ଥାନା ଅନ୍ତର୍ଗତ ଓଲଢ଼ି ରୁ ବିର ନୀଳକଣ୍ଠପୁର କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ମନ୍ତ୍ରୀପଡା ନିକଟରେ ସଡକ ଦୁର୍ଘଟଣାରେ ଦୁଇ ନାବାଳକକୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।ସୂଚନା ଅନୁଯାୟୀ ଦୁଇ ନାବାଳକ ଏକ ବାଇକ ଯୋଗେ ଦ୍ରୁତ ଗତିରେ କୁରଜଙ୍ଗା ଆଡକୁ ଯାଉଥିଲେ ଯାହା ଫଳରେ ନିଜର ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗଛରେ ପିଟିହୋଇ ଏକ କେନାଲ ଭିତରକୁ ବାଇକ ସମେତ ପଶିଯାଇଥିଲେ ।ଏନେଇ ସ୍ଥାନୀୟ ଅଞ୍ଚଳରେ ଥିବା ଲୋକେ ମାନେ ପହଞ୍ଚି ଫୋନ ଯୋଗେ ଆମ୍ବୁଲାନ୍ସ କୁ ଡକାଇ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଇଥିଲେ ।ଅପରପଟେ ଉକ୍ତ ଦୁଇ ନାବାଳକ ଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳିପାରିନଥିବା ବେଳେ ସ୍ଥାନୀୟ ମନ୍ତ୍ରୀପଡା ର ଦୁଇ ନାବାଳକ ବୋଲି ଯାହା ସୂଚନା ରୁ ଜଣାପଡିଛି ।
Comments are closed.