ଗୋଲାମୁଣ୍ଡା ଥାନା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
ଜୁନାଗଡ଼(ବ୍ରହ୍ମା ପ୍ରସାଦ କାଣ୍ଡ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ନୂତନ ଥାନା ନିକଟରେ ଭାରସାମ୍ୟ ହରାଇ ବାଇକ ରୁ ଖସି ଦୁର୍ଘଟଣା ର ଶିକାର ହେବାରୁ ଦୁଇ ବାଇକ ଆରୋହୀ ଗୁରୁତର | ସୂଚନା ଅନୁସାରେ ବାଗବାହାଲ ଗ୍ରାମର କୁଞ୍ଜ ମାଝୀ ବୟସ 22 ଏବଂ କୁଳିହାରୀଗୁଡା ଗ୍ରାମର ଚିନ୍ତା ମାଝୀ ବୟସ 34 ଗୋଟିଏ ବାଇକ ରେ ଗୋଲାମୁଣ୍ଡା ରାସ୍ତା ଦେଇ ଯାଉଥିବା ବେଳେ ଗୋଲାମୁଣ୍ଡା ଥାନା ନିକଟରେ ଭାରସାମ୍ୟ ହରାଇ ବାଇକ ରୁ ଖସି ଦୁର୍ଘଟଣା ର ଶିକାର ହୋଇଥିଲେ | ଦୁର୍ଘଟଣା ହେଵା ଫଳରେ କୁଞ୍ଜଙ୍କ ମୁଣ୍ଡରେ ଏବଂ ଅନ୍ୟାନ୍ୟ ସ୍ଥାନରେ କ୍ଷତାକ୍ତ ହୋଇଥିବା ବେଳେ ଚିନ୍ତ ଙ୍କ ବିଭିନ୍ନ ସ୍ଥାନରେ କ୍ଷତାକ୍ତ ହୋଇ ଦୁଇଜଣ ଗୁରୁତର ହୋଇଥିବା ଦେଖିବାକୁ ମିଳିଥିଲା | ଖବର ପାଇ ଅଞ୍ଚଳବାସୀ ଘଟଣା ସ୍ଥଳ କୁ ପହଞ୍ଚି 108 ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିବାରୁ ପୋଲିସର ଉପସ୍ଥିତିରେ 2 ଗୁରୁତର କୁ ପ୍ରଥମେ ଗୋଲାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଧର୍ମଗଡ ଡାକ୍ତରଖାନା କୁ ନେଇ ଭର୍ତ୍ତି କରିଥିଲେ |
Comments are closed.