ବର୍ଷା ଓ ବଜ୍ରାଘାତରେ ୧ ମୃତ

ବାଲିଆପାଳ(ଲକ୍ଷ୍ମୀଧର ପ୍ରଧାନ) : ବାଲିଆପାଳ ଥାନା ଅନ୍ତର୍ଗତ ଡଗରା ଗ୍ରାମରେ ମଙ୍ଗଳବାର ରାତି ଆଠଟା ସମୟର ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଉଛି । ମୃତକ ଜଣକ ହେଲେ ଡଗରା ଗ୍ରାମର ଲମ୍ବୁଦର ଦାସଙ୍କ ର ପୁତ୍ର ପର୍ଶୁରାମ ଦାସ (୪୫)।
ସୂଚନା ମୁତାବକ ପର୍ଶୁରାମଙ୍କ ଡଗରା କଟି ଗୁମୁଟି ଛକରେ ଏକ ଦୋକାନ ରହିଛି।ମଙ୍ଗଳବାର ସନ୍ଧ୍ୟା ସମୟରେ ପର୍ଶୁରାମ ଦୋକାନରେ ଥିବା ସମୟରେ ହଠାତ ବର୍ଷା ଆସିବାରୁ ସେ ଦୋକାନ ବନ୍ଦ କରି ସାଇକେଲରେ ଘରକୁ ଯାଉଥିବା ସମୟରେ ଦୋକାନ ଓ ଘର ମଝା ମାଝି ରାସ୍ତାରେ ତାଙ୍କ ଉପରେ ବଜ୍ରାଘାତ ହୋଇଥିଲା । ଫଳରେ ସେ ଚେତାଶୁନ୍ୟ ହୋଇ ସାଇକେଲ ସହ ତଳେ ପଡ଼ିଯାଇଥିଲେ । ସ୍ଥାନୀୟ ଲୋକେ ୧୦୮ ଯୋଗେ ତାଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

 

Comments are closed.