କାଳ ବୈଶାଖୀ ସାଜିଲା କାଳ , ନିଆଁ ଲାଗି ୬ବଖରା ଘର ପୋଡି ପାଉଁଶ
ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : କାଳ ବୈଶାଖୀ ସାଜିଲା କାଳ | ନିଆଁ ଲାଗି ୬ ବଖରା ଘର ପୋଡି ପାଉଁଶ | ଖୋର୍ଦ୍ଧା ଜିଲ୍ଲା
ଟାଙ୍ଗୀ ଥାନା ହରିପୁର ଗ୍ରାମରେ ଅଗ୍ନୀକାଣ୍ଡ ଘଟିଛି | ହରିପୁର ଗ୍ରାମର କୁମର ସ୍ୱାଇଁଙ୍କର ଘରେ ଲାଗିଥିଲା ନିଆଁ | ବର୍ଷା ପବନ ଯୋଗୁଁ ନିଆଁକୁ ଆୟତ କରା ଯାଇ ପାରିଲା ନାହିଁ | ନିଆଁକୁ ଆୟତ କରିବା ପାଇଁ ଘଟଣା ସ୍ଥଳରେ ପହଂଚିଲା ଗଂଗାଧର ପୁର ଅଗ୍ନିଶମ ବାହିନୀ ହେଲେ ନିୟନ୍ତ୍ରଣ କୁ ଆସୁନାହିଁ ନିଆଁ | ଗତ କାଲି ରାତିରେ କାଳ ବୈଶାଖୀ ପ୍ରଭାବ ଦେଖିବାକୁ ମିଳିଥିଲା ଖୋର୍ଦ୍ଧା ଜିଲ୍ଲାରେ | ପ୍ରବଳ ବର୍ଷା ପବନ ସହ ବଜ୍ରପାତ ହୋଇଥିଲା | ଏହି ସମୟରେ ଟାଙ୍ଗୀ ଥାନା ହରିପୁର ଗ୍ରାମରେ ମଧ୍ୟ କାଳ ବୈଶାଖୀର ପ୍ରଭାବ ଦେଖା ଦେଇଥିଲା | ବଜ୍ରପାତ ହେବା ଫଳରେ କୁମର ସ୍ୱାଇଙ୍କର ଘରେ ନିଆଁ ଲାଗି ଯାଇଥିବା ଅନୁମାନ କରାଯାଉଛି | ପବନର ତିବ୍ରତା ଯୋଗୁଁ ନିଆଁର ପ୍ରକୋପ ବଢିଥିଲା | ସ୍ଥାନୀୟ ଯୁବକମାନେ ଘଟଣା ସ୍ଥଳରେ ପହଂଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ୍ୟ ନିଆଁ ଲିଭି ନଥିଲା | ନିଆଁ ଲିଭାଇବାକୁ ଯାଇ ଚାଳ ଉପରୁ ପଡି ଶିବ ଜେନା ନାମକ ଜଣେ ଯୁବକ ଆହତ ହୋଇଛନ୍ତି | ଅପରପଟେ ଖବର ପାଇ ଗଂଗାଧର ପୁର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ଦିର୍ଘ ସମୟ ଚେଷ୍ଟା କରିବା ପରେ ନିଆଁ ଲିଭିଥିଲା ମାତ୍ର ସେତେ ବେଳକୁ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇ ଯାଇଥିବା ଜଣାପଡିଛି |
Comments are closed.