କେନ୍ଦୁପତ୍ର ବିିକି ଘରକୁ ଫେରିବା ବେଳେ ଓଲଟିଲା ପିକ୍ଅପ୍ ୨ ମୃତ, ୫ ଆହତ
ମାଲକାନଗିରି(ଅପୂର୍ଵ ଥଣ୍ଡର) : ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ବଦଲିଗୁଡ଼ା ଛକ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପିକ ଅପ ଭ୍ୟାନ ଓଲଟି ୨ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ଦିନବେଳେ ଏମପିଭି ୨୯ ଗ୍ରାମର ୭ ଜଣ କେନ୍ଦୁପତ୍ର ବୋଝେଇ ଗାଡ଼ି ନେଇ ଭେଜଙ୍ଗଵାଡା ଫଡିରେ ବିକ୍ରି କରିବା ପାଇଁ ଯାଇଥିଲେ। ସେଠାରେ କେନ୍ଦୁପତ୍ର ବିକ୍ରି କରି ଫେରୁଥିବା ସମୟରେ ବାଟରେ ଭାରସାମ୍ୟ ହରାଇ ପିକଅପଟି ଓଲଟି ପଡିବାରୁ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି । ପ୍ରଥମେ ସମସ୍ତ ୭ ଜଣଙ୍କୁ କାଲିମେଳା ମେଡିକାଲକୁ ନେଇ ପ୍ରାଥମିକ ଚିକିତ୍ସା କରିବା ପରେ ତୁରନ୍ତ ମାଲକାନଗିରି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ୨ ଜଣକ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଆହତ ବ୍ୟକ୍ତିଙ୍କ ଚିକିତ୍ସା ଜାରି ରହିଛି । ତେବେ କେଉଁ କାରଣରୁ ଏଭଳି ଘଟଣା ଘଟିଛି ତାହା ଜଣା ପଡିନଥିବା ବେଳେ ଘଟଣା ସ୍ଥଳରେ କାଲିମେଳା ପୋଲିସ ପହଁଚି ଗାଡ଼ି ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।
Comments are closed.