ବୋଲଗଡ ବୋଲଗଡ ବ୍ଲକ ଅନ୍ତର୍ଗତ ଚୂଡ଼ା ଛକ ନିକଟରେ ବାଇକ ଦୃଘଟଣା
ବୋଲଗଡ(କାର୍ତ୍ତିକ ସ୍ୱାଇଁ) : ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅନ୍ତର୍ଗତ ଚୂଡ଼ା ଛକ ନିକଟରେ ଗତ କାଲି ସଂନ୍ଧ୍ୟା 8 ଟା ରେ ଦୁଇ ଜଣ ବାଇକ ଆରୋହୀ ଏକ ଆଇ ଚର କୁ ଧକ୍କା ଦେଇ ଗୁରୁତର ଅବସ୍ଥାରେ ପଡିଥିବାର ଦେଖିବାକୁ ମିଳିଥିଲା । ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ସମୟରେ ଏକ ଥଣ୍ଡା ବୋଝେଇ ଆଇ ଚର ଗାଡି ନମ୍ବର OD02BG8622 ଖୋର୍ଦ୍ଧାରୁ ଭବାନୀ ପାଟଣା ଅଭିମୁଖେ ଯାଉଥିବା ବେଳେ କୌଣସି କାରଣ ରୁ ଉକ୍ତ ଗାଡିର ଡ୍ରାଇଭର ଖୋର୍ଦ୍ଧା ବଲାଙ୍ଗୀରି 57ନମ୍ବର ଜାତୀୟ ରାଜପଥ ଚୂଡ଼ା ଛକ ନିକଟରେ ଗାଡ଼ିକୁ ଠିଆ କରିଥିଲେ । ଠିକ ସେହି ସମୟରେ ଦୁଇ ଜଣ ବାଇକ ଆରୋହୀ ଉକ୍ତ ଗାଡ଼ିକୁ ପଛ ପଟୁ ଧକ୍କା ଦେଇଥିଲେ ବାଇକ ପଛ ପଟେ ବସିଥିବା ଯୁବକଙ୍କ କହିବା ଅନୁଯାୟୀ ଦୁଇ ଜଣ ବାଇକ ଆରୋହୀଙ୍କ ଘର ନୟାଗଡ଼ ଜିଲ୍ଲା ବିରିଡି ଗ୍ରାମର ରବି ନାୟକଙ୍କ ପୁଅ ଯେ କି ଗାଡି ଚାଳକ କେଦାର ନାୟକ ଆନୁମାନିକ ବୟସ (40) ପଛରେ ବସିଥିବା ଯୁବକ ଜଣକ ସେହି ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ଘଡେଇ ତାଙ୍କର ବୟସ (38) ହେବ ସେ କହିବା ଅନୁଯାୟୀ ତାଙ୍କର ଗାଡି ନମ୍ବର -OD25C5292ରେ ରାଜସୁନାଖଳାରୁ ଆସୁଥିବା ସମୟରେ ଚୂଡ଼ା ଛକ ନିକଟରେ ଏକ ଆଇ ଚର ରାସ୍ତାକଡ ରେ ରହିଥିଲା ସେଇ ସମୟରେ ଉକ୍ତ ସ୍ଥାନ ଅନ୍ଧାର ଥିବାରୁ ତାଙ୍କୁ ଭଲ ରେ ଆଇ ଚର ଗାଡିଟି ଦେଖାଯାଇନଥିଲା ଯାହା ଫଳରେ ସେ ଉକ୍ତ ଗାଡିକୁ ପଛ ପଟୁ ଧକ୍କା ଦେଇ ରାସ୍ତାରେ ଦୁଇଜଣ ବାଇକି ଆରୋହୀ ଗୁରୁତର ଅବସ୍ଥାରେ ପଡ଼ିଥିଲେ । ଏହି ଘଟଣା ଦେଖି କିଛି ସ୍ଥାନୀୟ ଲୋକ ତାଙ୍କୁ ଏକ 108 ଆମ୍ବୁଲାନ୍ସ କୁ ଫୋନ କରି ନିକଟସ୍ଥ ବୋଲଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ ଏବଂ ବାଇକ ଟି ସମ୍ପୂର୍ଣ ଆଗପଟ ଭାଙ୍ଗି ଚୁରମାର ହୋଇଯାଇଛି । ସେହି ବାଇକ ଆରୋହୀ ଦୁଇଜଣଙ୍କୁ ବୋଲଗଡ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରିବା ସମୟରେ ଉକ୍ତ ବାଇକି ଚାଳକର ଅବସ୍ଥା ସଂଙ୍କଟାପନ୍ନ ହେବାରୁ ତାଙ୍କୁ ଡାକ୍ତର ଭୁବନେଶ୍ୱର ମେଡିକାଲ କୁ ସ୍ଥାନାନ୍ତରିତ କରିଛନ୍ତି ।
Comments are closed.