ସାପ୍ତାହିକ ହାଟ ସାରି ଫେରୁଥିବା ସମୟରେ ଡଙ୍ଗା ବୁଡ଼ି ଦୁଇ ନିଖୋଜ
ମାଲକାନଗିରି(ଅପୂର୍ଵ ଥଣ୍ଡର) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡି ଦୁଇ ଜଣ ନିଖୋଜ ଥିବା ଜଣାପଡ଼ିଛି । ସ୍ୱାଭିମାନ ଅଞ୍ଚଳ ଓରାପଦର ଗ୍ରାମର ୩ ଜଣ ନାରିଙ୍ଗ ଝୋଲା ଗ୍ରାମରୁ ସାପ୍ତାହିକ ହାଟ ସାରି ଦେଶୀ ଡଙ୍ଗା ମାଧ୍ୟମରେ ଫେରିବା ସମୟରେ ଝଡ଼ ପବନ ହେବା ଯୋଗୁଁ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା ଫଳରେ ୨ଜଣ ନିଖୋଜ ଥିବା ବେଳେ ଜଣେ ଉଦ୍ଧାର ହୋଇଛନ୍ତି । ନିଖୋଜ ବ୍ୟକ୍ତି ମାନେ ହେଲେ ଜଗନ୍ନାଥ ପାଳସି ଓ ପିତାମ୍ବର ମୁଦୁଲି । ଘଟଣା ସ୍ଥଳରେ ଗ୍ରାମବାସୀ, ଯୋଡାମ୍ୱ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଧାର କାର୍ଯ୍ୟ ଜାରି ରଖିଛନ୍ତି ।
Comments are closed.