ସାପକୁ ଖେଳାଇବା ହେଲା କାଳ,ସାପ କାମୁଡ଼ାରେ ଚାଲିଗଲା ଜୀବନ
ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ବିଷାକ୍ତ ସାପକୁ ଖେଳାଇବା ମହଙ୍ଗା ପଡିଛି | ବିଷାକ୍ତ ସାପ କାମୁଡାରେ ସାପ ଧରାଳିଙ୍କୁ ନିଜର ଜୀବନ ଦେବାକୁ ପଡିଛି | ମୃତ ବ୍ୟକ୍ତିଙ୍କର ନାମ ହୁଲାସ ରାଉତ,୫୫ ବର୍ଷ,ଘର ଲକ୍ଷ୍ମୀଧର ପୁର ଗ୍ରାମରେ | ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ପାରି ଓରଡ ପଞ୍ଚାୟତ ଲକ୍ଷ୍ମୀଧର ପୁର ଗ୍ରାମରେ | ସାପ କାମୁଡାରେ ମୃତ୍ୟୁ ବରଣ ଜରିଥିବା ହୁଲାସ ସ୍ଥାନୀୟ ଅଞ୍ଚଳରେ ଜଣେ ସାପ ଧରାଳି ଭାବେ ଜଣା ଶୁଣା | ସେ ଲୋକଙ୍କ ଘରେ ପଶିଥିବା ବିଷାକ୍ତ ସାପକୁ ଧରି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିବାର ବହୁ ନଜୀର ରହିଛି | ଗତ କାଲି ଏକ ବିଷାକ୍ତ ନାଗ ସାପକୁ ଧରି ଖେଳାଉଥିବା ବେଳେ ସାପଟି ବୁଲି ପଡି ହୁଲାସଙ୍କୁ କାମୁଡି ଦେଇଥିଲା ଫଳରେ ସେ ଗୁରୁତର ହୋଇ ପଡିଥିଲେ | ତାଙ୍କୁ ପ୍ରଥମେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା | ତେବେ ସାପର ବିଷ ଅଧିକ ଥିବାରୁ ତାଙ୍କର ମୃତ୍ୟୁ ହୋଇଛି | ଅପରପଟେ ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି |
Comments are closed.