ଗଇଁତି ମାଡରେ ଯୁବକ ଗୁରୁତର !!
ଖୋର୍ଦ୍ଧା ( ରାକେଶ କୁମାର ଜଗଦେବ) : ଘର କାମ ଚାଲୁଥିବା ବେଳେ ଗଇଁତି ମାଡରେ ଯୁବକ ଗୁରୁତର , ଗୁରୁତର ଅବସ୍ଥାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି | ଗୁରୁତର ଯୁବକଙ୍କ ନାମ ରଂଜିତ୍ ସେଠୀ ବୟସ ୩୮ ବର୍ଷ ବୋଲି ଜଣା ପଡିଛି | ତାଙ୍କ ଘର ଟାଙ୍ଗୀ ଥାନା ବରୁଣ ପଡା ଗ୍ରାମରେ |ଆଜି ଭୋର୍ ସମୟରେ ତାଙ୍କର ଘର କାମ ଚାଲୁଥିଲା |ଏହି ସମୟରେ ଶ୍ରମିକ ମାନେ ଶାବଳ,ଗଇଁତି ସାହାର୍ଯ୍ୟରେ କାମ କରୁଥିଲେ | ରଂଜିତ୍ ମଧ୍ୟ ଶ୍ରମିକ ମାନଙ୍କ ସହ କାମ କରୁଥିବା ବେଳେ ଜଣେ ଶ୍ରମିକ ପଥର ଭାଙ୍ଗିବା ପାଇଁ ଗଇଁତି ପକାଇବା ବେଳେ ପଥରରେ ଗଇଁତି ନ ବାଜି ରଂଜିତ୍ ଙ୍କର ପିଚାରେ ବାଜିଥିଲା |ଫଳରେ ପିଚାରେ ମେରୁ ହାଡ ତଳକୁ ଗଭୀର କ୍ଷତ ହେବା ସହ ଗଇଁତି ଲାଖି ଯାଇଥିଲା |ଅନ୍ୟ ଶ୍ରମିକ ମାନେ ଗଇଁତିକୁ ପିଚାରୁ ବାହାର କରି ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଛନ୍ତି | ତେବେ ସେ ଗୁରୁତର ହୋଇ ପଡିବାରୁ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି |
Comments are closed.