ଟ୍ରକ ସହିତ ବାଇକ ଧକ୍କାରେ ଜଳିଗଲା ବାଇକ
ବସ୍ତା(ଲଷ୍ମୀଧର ପ୍ରଧାନ) : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା କୁଣ୍ଡୁପୁର ଛକ ନିକଟରେ ଟ୍ରକ ସହିତ ବାଇକ ଧକା ହୋଇଛି l ସୂଚନାରୁ ପ୍ରକାଶ ଜଳେଶ୍ୱର ଥାନା ସମ୍ପତିଆ ଗ୍ରାମର କାକି ଚାରୁବାଳା ନନ୍ଦୀ ଓ ପୁତୁରା ପିଣ୍ଟୁ ଗିରି କୌଣସି କାମରେ ବାଲେଶ୍ୱର ଯାଇଥିଲେ l ବାଲେଶ୍ୱରରୁ ଫେରିବା ସମୟରେ କୁଣ୍ଡୁପୁର ଛକରେ ପଛପଟରୁ ଗୋଟିଏ ଟ୍ରକ ଆସି ବାଇକକୁ ପିଟିଥିଲା ପରେ ବାଇକ ଟି ପଡିଯିବାରୁ ଟ୍ରକଟି ବାଇକ ଉପରେ ମାଡିଯିବାରୁ ଖୁଡି ଚାରୁବାଳାଙ୍କର ମୃତ୍ୟୁ ହୋଇଥିଲା , ପୁତୁରା କୁ ବସ୍ତା ଡାକ୍ତରଖାନାକୁ ନେଇଥିଲେ କିନ୍ତୁ ଅବସ୍ଥା ଗୁରୁତର ହେବାରୁ ପରେ ବାଲେଶ୍ୱର ଡାକ୍ତରଖାନା କୁ ନେଇଯାଇଥିଲେ l ବାଇକ ଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା | ବସ୍ତା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ ଓ ବାଇକ ସହିତ ଟ୍ରକ ଡ୍ରାଇଭର ଏବଂ ହେଲ୍ପର କୁ ଥାନାକୁ ନେଇଛି l
Comments are closed.