ଟ୍ରକ୍ ପଛରେ ପିଟି ହେଲା ମାଛ ବୋଝେଇ ପିକ୍ ଅପ୍ ଭ୍ୟାନ , ଘଟଣା ସ୍ଥଳରେ ଚାଳକ ମୃତ

ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : କେଉଁଝର ଜିଲା ରିମୁଳି ନିକଟରେ ଟ୍ରକ୍ ପଛରେ ପିଟି ହେଲା ମାଛ ବୋଝେଇ ପିକ୍ ଅପ୍ ଭ୍ୟାନ ,ଘଟଣା ସ୍ଥଳରେ ଜଣେ ମୃତ | ମୃତକଙ୍କ ନାମ ହେଲା କୈଳାସ ଚନ୍ଦ୍ର ସାହୁ(୩୨)ଘର ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଜରିପଡା ଦାଣ୍ଡ ସାହିରେ |ସ୍ଥାନୀୟ କେଉଁଝର ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମାଛ ବୋଝେଇ ଗାଡି ଜବତ କରିବା ସହ ଶବ ଜବତ କରି ତଦନ୍ତ ଚଳାଇଛି | ଗତ କାଲି ରାତିରେ ଟାଙ୍ଗୀ ଥାନା କାଳୁପଡା ଘାଟରୁ ୨ ରୁ ୩ ଜଣ ମାଛ ବେପାରୀଙ୍କ ମାଛ ବୋଝେଇ ହୋଇ ଏକ ପିକ୍ ଅପ୍ ଭ୍ୟାନ ବଡବିଲକୁ ଯାଉଥିଲା | ଭୋର୍ ସମୟରେ ପିକ୍ ଅପ୍ ଚାଳକ କୈଳାସ ର ଆଖି ଲାଗି ଯିବାରୁ ରାସ୍ତା କଡରେ ବ୍ରେକ୍ ଡାଉନ୍ ହୋଇ ଛିଡା ହୋଇ ଥିବା ଏକ ଟ୍ରକ୍ ପଛେରେ ପିଟି ହୋଇଥିଲା | ଦୁର୍ଘଟଣ‍ାର ତିବ୍ରତା ଅଧିକ ଥିବାରୁ ଗାଡିଟି ଚୁରମାର ହୋଇ ଯାଇଛି | ଘଟଣା ସ୍ଥଳରେ ପିକ୍ ଅପ୍ ଚାଳକଙ୍କ ମୃତ୍ୟୁ ହୋଇଛି | ଅପରପଟେ ସ୍ଥାନୀୟ ଲୋକ ମାନେ ସବୁ ମାଛ ଲୁଟି ନେଇଥିବା ଜଣା ପଡିଛି | ଲୁଟ୍ ମାଛର ଆନୁମାନିକ ମୁଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣା ପଡିଛି |

Comments are closed.