ଅଟୋ ଓଲଟି ଜଣେ ମୃତ ୭ ଗୁରୁତର

ଲୋଇସିଂହ(ମହେଶ କର) : ବିବାହ ଉତ୍ସବରୁ ଯୋଗଦେଇ ଫେରିଲା ବେଳେ ଅଘଟଣ , ଭାରସାମ୍ୟ ହରାଇ ଓଲଟିଗଲା ଅଟୋ ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଆଠ ଜଣଙ୍କ ଅବସ୍ଥା ଗୁରୁତର ଅଛି। ଏପରି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଳା ଲୋଇସିଂହା ବ୍ଲକ ଅନ୍ତର୍ଗତ ତଲିଉଡାର ଗାଆଁ ପାଖରେ । ସୂଚନା ମୁତାବକ ରୋଥ ଗ୍ରାମ ର ବିମଳା ଭୋଇ(85 )ନାତୁଣୀ ବାହାଘରରେ ଯୋଗଦେବା ପାଇଁ ଦୁଆନ ପାଲି ଗ୍ରାମକୁ ଯାଇଥିଲେ। ବିବାହ ସରିବା ପରେ ଗତକାଲି ସନ୍ଧ୍ୟାରେ ନିକଟ ସମ୍ପର୍କୀୟଙ୍କ ସହ ରୋଥ ଗ୍ରାମକୁ ଅଟୋ ଯୋଗେ ଫେରୁଥିବା ବେଳେ ତଲିଉଡାର ଗ୍ରାମର ଗଡାଣି ଠାରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ବିମଳାଙ୍କ ମୃତ୍ୟୁ ହୋଇଥିଲା ଓ ଅଟୋ ରେ ଥିବା 8 ଜଣ ଆହତ ହୋଇଥିଲେ। ତଲିଉଡାର ଗ୍ରାମର କିଛି ବ୍ୟକ୍ତି ସମସ୍ତଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ କୁ ଚିକିତ୍ସା ପାଇଁ ପଠାଇଥିଲେ। ବିମଳା ଭୋଇଙ୍କ ମୃତ ଶରୀର ବଲାଙ୍ଗିର ଭୀମଭୋଇ ସରକାରୀ ଡାକ୍ତରଖାନାରୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠେଇଛି ଓ ତଦନ୍ତ ଜାରି ରଖିଛି ସଦର ପୁଲିସ ।

Comments are closed.