ସ୍କୁଟିରେ ଷ୍ଟଣ୍ଟ ଦେଖାଇବା ଯୁବକଙ୍କୁ ପଡିଲା ମହଙ୍ଗା

ଖୋର୍ଦ୍ଧା (ରାକେଶ କୁମାର ଜଗଦେବ) : ସ୍କୁଟିରେ ଷ୍ଟଣ୍ଟ ଦେଖାଇବା ଯୁବକଙ୍କୁ ପଡିଲା ମହଙ୍ଗା | ଷ୍ଟଣ୍ଟ ଦେଖାଉଥିବା ବେଳେ ସ୍କୁଟିର ଫାଟିଲା ଚକ
ସ୍କୁଟିରୁ ପଡି ଯୁବକ ଗୁରୁତର | ଟାଙ୍ଗୀ ମେଡିକାଲରେ ଭର୍ତ୍ତି |ଗୁରୁତର ଯୁବକଙ୍କ ପରିଚୟ ମିଳି ପାରିନାହିଁ | ୧୬ ନଂ ଜାତୀୟ ରାଜପଥ ଚାନ୍ଦପୁର ଥାନା ଚମ୍ପାଗଡ଼ ନିକଟରେ ଘଟିଛି ଦୁର୍ଘଟଣା | ଭୁବନେଶ୍ୱରରୁ ଜଣେ ଯୁବକ ଏକ ସ୍କୁଟିରେ ଆସିକା ଯାଉଥିଲେ | ସ୍କୁଟିରେ ଯାଉଥିଵା ବେଳେ ରାସ୍ତାରେ ସ୍କୁଟି ଉପରେ ବିଭିନ୍ନ ପ୍ରକାର ବିପଜ୍ଜନକ ଷ୍ଟଣ୍ଟ ଦେଖାଉଥିଲେ ତେବେ ୧୬ ନଂ ଜାତୀୟ ରାଜପଥ ଚମ୍ପାଗଡ଼ ନିକଟରେ ଯୁବକ ଜଣକ ଷ୍କୁଟି ଉପରେ ଷ୍ଟଣ୍ଟ ଦେଖାଉଥିବା ବେଳେ ହଠାତ୍ ସ୍କୁଟିର ପଛ ଚକ ଫାଟି ଯାଇଥିଲା ଫଳରେ ଯୁବକ ଜଣକ ସ୍କୁଟିରୁ ତଳକୁ ପଡି ଗୁରୁତର ହୋଇଥିଲେ | ତାଙ୍କର ମୁଣ୍ଡରେ ଗଭୀର କ୍ଷତ ହୋଇଛି ଖବର ପାଇ ୧୦୮ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଁଚି ଆହତଙ୍କୁ ଉଦ୍ଧାର କରି ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଛନ୍ତି କିନ୍ତୁ ଅବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ମାତ୍ର ଏପର୍ଯ୍ୟନ୍ତ ଗୁରୁତର ଯୁବକଙ୍କ ପରିଚୟ ମିଳିପାରିନାହିଁ |

Comments are closed.