କୁଲେଇ ଛକ ନିକଟରେ ଅଟୋ ରିକ୍ସା ଧକ୍କାରେ ବାଇକ୍ ଆରୋହୀ ଗୁରୁତର

ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ କୁଲେଇ ଛକ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଛି । ଅଟୋ ରିକ୍ସା ଧକ୍କାରେ ବାଇକ୍ ଆରୋହୀ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ଆହତଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଛି ପରେ ତାଙ୍କୁ ଟାଙ୍ଗୀ ମେଡିକାଲରୁ ଭୁବନେଶ୍ୱର ଏମସକୁ ସ୍ଥାନାନ୍ତର କରାଯାଇଛି ।
ଗୁରୁତର ଆହତଙ୍କ ନାମ ମୁନା ପ୍ରତିହାରୀ (୨୫ ବର୍ଷ) ଏବଂ ତାଙ୍କ ଘର ବାଣପୁର ଥାନା କୁଲେଇ ଗ୍ରାମରେ ବୋଲି ଜଣାପଡିଛି । ସେ ବାଇକ୍ ଯୋଗେ ଘରକୁ ଯାଉଥିବା ବେଳେ ଏକ ଅଟୋ ରିକ୍ସା ଧକ୍କା ଦେଇଥିଲା। ଖବର ପାଇ ଗଙ୍ଗାଧରପୁର ଅଗ୍ନୀଶମ ବାହିନୀ ଉଦ୍ଧାର କରି ତାଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲା ।

Comments are closed.