ଅଜଣା ଗାଡି ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ

ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ଟାଙ୍ଗୀ ଥାନା ୧୬ ନଂ ଜାତୀୟ ରାଜପଥ ବ୍ରାହ୍ମଣ୍ଡି ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ | ମୃତକ ହେଉଛନ୍ତି ଜଟଣୀ ରାଜା ବଜାରର ୪୯ ବର୍ଷୀୟ ସତ୍ୟ ନାରାୟଣ ଦାସ | ସେ ରାତିରେ ବାଣପୁର ସ୍ଥିତ ନିଜ ଶଶୁରର ଘରକୁ ସ୍କୁଟିରେ ଯିବା ସମୟରେ ହୋଇଛି ଦୁର୍ଘଟଣା | ଘଟଣା ସ୍ଥଳରେ ସ୍କୁଟିଟି ଭାଙ୍ଗି ଯାଇଛି | ରାତି ପ୍ରାୟ ୩ ଟାରେ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି | ଟାଙ୍ଗୀରୁ ବାଲୁଗାଁ ଯିବା ରାସ୍ତାରେ ହୋଇଛି ଦୁର୍ଘଟଣା | ତେବେ ଖଣ୍ଡ ବିଖଣ୍ଡିତ ଶବ ଜବତ କରି ଟାଙ୍ଗୀ ପୋଲିସ୍ ତଦନ୍ତ ଆରମ୍ଭ କରିଛି | ଏକ ସ୍କୁଟିରେ ଟାଙ୍ଗୀରୁ ଵାଲୁଗାଁ ଯାଉଥିବା ରାସ୍ତାରେ ଗୋଟିଏ ମାଲ ବୋଝେଇ ଟ୍ରକ୍ ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା | ଦୁର୍ଘଟଣାର ମାତ୍ରା ଏତେ ତିବ୍ର ହୋଇଛି ଯେ ସ୍କୁଟି ଟି ଖଣ୍ଡ ବିଖଣ୍ଡିତ ହୋଇଯାଇଛି |

Comments are closed.