ସବୁ ବୈବାହିକ ସାଇଟ୍ ଅସଲି ନୁହଁ, ଦେଖି ଚାହିଁ କରନ୍ତୁ କାରବାର

ବୈବାହିକ ସାଇଟ୍ରେ ଦିଆଯାଉଥିବା ଫଟୋ ଅସଲି ନୁହଁ । ଏହା ଆପଣଙ୍କୁ ଭ୍ରମରେ ପକାଇପାରେ । ଏହାଛଡା ଜୀବନରେ ଭଲ ଜୀବନ ସାଥୀ ପାଇବା ସହଜ ନୁହଁ । ସାଧାରଣତଃ ଲୋକମାନେ ବିବାହ ପ୍ରସ୍ତାବ ପାଇଁ ବିଭିନ୍ନ ବୈବାହିକ ସାଇଟ୍କୁ ଦେଖିଥାଆନ୍ତି । ବୈବାହିକ ସାଇଟ୍ରୁ ବରପାତ୍ର କିମ୍ବା କନ୍ୟା ପାତ୍ରୀ ଚୟନ କରି ଲୋକମାନେ ଠକାମିର ଶିକାର ହୋଇଥିବାର ନଜିର ରହିଛି । ତେଣୁ ବୈବାହିକ ସାଇଟ୍ ସହିତ କାରବାର କରିବା ସମୟରେ ଦେଖିଚାହିଁ କାରବାର କରନ୍ତୁ । ସାଇଟ୍କୁ ିବା ପୂର୍ବରୁ ସାଇଟ୍ଟି ଅସଲି କି ନୁହଁ ଯାଂଚ କରନ୍ତୁ । ଏହି ସାଇଟ୍ରୁ ନିଜର ଜୀବନସାଥୀ ଚୟନ କରିବାକୁ ଚାହୁଁଥିଲେ ବନ୍ଧୁ ପରିଜନ ଓ ପରିବାର ଲୋକଙ୍କୁ ଜଣାଇବା ସହ ତାଙ୍କର ସାହାଯ୍ୟ ନିଅନ୍ତୁ । ସାଇଟ୍ରୁ ଚୟନ କରିଥିବା ବରପାତ୍ର କିମ୍ବା କନ୍ୟାପାତ୍ରୀଙ୍କ ବିଷୟରେ ସଠିକ୍ ଯାଂଚ କରନ୍ତୁ । ପେରି କି ସେ କେତେ ପାଠ ପଢ଼ିଛନ୍ତି, ଚାକିରି କରିଛନ୍ତି କି ନାହିଁ ତାର ସଠିକ୍ ଯାଂଚ କରନ୍ତୁ । ଚୟନ କରିଥିବା ବରପାତ୍ର କିମ୍ବା କନ୍ୟାପାତ୍ରୀଙ୍କୁ ନିଜ ଘରକୁ ଡାକି ତାର ବ୍ୟକ୍ତିଗତ ଜୀବନ ସମ୍ପକରେ ଜାଣିବାକୁ ଚେଷ୍ଟା କରନ୍ତୁ । ଯାହାକି ପରସ୍ପରକୁ ଜାଣିବାରେ ସହାୟକ ହୋଇପାରିବେ । ଆର୍ଥିକ କାରବାର କରିବା ପୂବରୁ ଦେଖିଚାହିଁ କାରବାର କରିବା ଜରୁରୀ ନହେଲେ ଠକାମିର ଶିକାର ହୋଇପାରନ୍ତି । ଏଥିପ୍ରତି ଜନସାଧାରଣ ସତକ ଦୃଷ୍ଟି ରଖିବା ଜରୁରୀ ।

Comments are closed.