ପୋଖରୀରେ ବୁଡି ଦୁଇ ନାବାଳିକାଙ୍କ ମୃତ୍ୟୁ

ରାଜକନିକା ସ୍ଥିତ ଗଜରାଜପୁର ଗ୍ରାମରେ ଏକ ଅଘଟଣ ଘଟିଛି । ଦୁଇ ନାବାଳିକା ପୋଖରୀରେ ଗାଧୋଉଥିବା ବେଳେ ପାଣିିରେ ବୁଡିଯିବାରୁ ସେମାନଙ୍କ ମୃତ୍ୟୁ ଘଟିଛି । ଦୁଇ ନାବାଳିକାଙ୍କ ବୟସ ଜଣଙ୍କର ୧୧ ବର୍ଷ ହୋଇଥିବା ବେଳେ ଆଉ ଜଣଙ୍କର ୯ ବର୍ଷ ବୋଲି ଜଣାପଡିଛି । ପରିବାର ଲୋକେ ଉଦ୍ଧାର କରି ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରିଥିଲେ । କିନ୍ତୁ ଡାକ୍ତର ଉଭୟଙ୍କୁ ମୃତ୍ୟୁ ଘୋଷଣା କରିଥିବା ଜଣାପଡିଛି ।

Comments are closed.