ବିଶ୍ୱ ତମାଖୁ ବର୍ଜନ ଦିବସ, ତମାଖୁ ବ୍ୟବହାରରେ ବିଶ୍ୱରେ ଭାରତର ସ୍ଥାନ ୪ର୍ଥ

ଆଜି ହେଉଛି ବିଶ୍ୱ ତମାଖୁ ବର୍ଜନ ଦିବସ । ମେ ୩୧ ତାରିଖକୁ ବିଶ୍ୱ ତମାଖୁ ବର୍ଜନ ଦିବସ ଭାବରେ ପାଳନ କରାଯାଇଥାଏ । ଏକ ସର୍ଭେ ଅନୁଯାୟୀ ସାରା ବିଶ୍ୱରେ ତମାଖୁ ବ୍ୟବହାରରେ ଭାରତ ୪ର୍ଥ ସ୍ଥାନ ଦଖଲ କରିଛି । ଏହାଛଡା ସାରା ବିଶ୍ୱରେ ଭାରତରେ କେବଳ ୧୧.୨ ପ୍ରତିଶତ ଲୋକ ତମାଖୁ ବ୍ୟବହାର କରିଥାନ୍ତି । ଧୁମ୍ରପାନ କରି କ୍ୟାନସର, ହୃଦରୋଗ ଭଳି ଦୁରାରୋଗ୍ୟ ବ୍ୟାଧିରେ ପୀଡି଼ିତ ହୋଇଥାନ୍ତି । ବିଶ୍ୱର ସର୍ବେକ୍ଷଣ ଅନୁଯାୟୀ ସାରା ବିଶ୍ୱରେ ଭାରତର ମୋଟ ଜନସଂଖ୍ୟାର ୨୮.୬ ପ୍ରତିଶତ ତମାଖୁ ଉତ୍ପାଦନ ସହ ବ୍ୟବହାର କରିଥାଏ । ଏହାଛଡା ଭାରତ ସମେତ ସାରା ବିଶ୍ୱରେ ୧୫୨.୪ ମିଲିୟନ ସବୁ ବର୍ଗର ଲୋକ ତମାଖୁ ବ୍ୟବହାର କରିଥାନ୍ତି । ତମାଖୁ ବ୍ୟବହାର ଦ୍ୱାରା ଲୋକମାନେ ବିଭିନ୍ନ ଦୁରାରୋଗ୍ୟ ବ୍ୟାଧିରେ ପଡୁଥିବାରୁ ସଚେତନତା ପାଇଁ ଏହି ଦିବସର ମୂଳ ଲକ୍ଷ୍ୟ ।

Comments are closed.