ସମବାୟ ଆପଣଙ୍କ ଦ୍ୱାରରେ ଅଭିଯାନ ଆରମ୍ଭ

ନାବାର୍ଡ ଓ ଓଡିଶା ସମବାୟ ବ୍ୟାଙ୍କ ମଧ୍ୟରେ ବୁଝମଣା ପତ୍ର ସ୍ୱାକ୍ଷରତା ହୋଇ ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଜି “ସମବାୟ ଆପଣଙ୍କ ଦ୍ୱାରରେ’ ସେବାର ଅଭିଯାନ ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ ୧ହଜାର କୋଟିର ମିଆଦି ଋଣ ପ୍ରଦାନ କରାଯାଇ ଭାଗଚାଷୀମାନଙ୍କୁ ଯୁଗ୍ମ ଦେୟ ଗୋଷ୍ଠୀ ଜରିଆରେ ୨୦୦କୋଟିର ଋଣ ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏହାବାଦ ପ୍ରତି ପ୍ରାଥମିକ କୃଷି ସମବାୟ ସମିତି ଅନ୍ୟୂନ ୧୦ଟି ଲେଖାଏଁ ଯୁଗ୍ମ ଦେୟ ଗୋଷ୍ଠୀ ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.