୨୦୦ କୋଟିର ପାନୀୟଜଳ ପ୍ରକଳ୍ପ ମଞ୍ଜୁର ହେବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା
ମହାକାଳପଡା ଓ ମାର୍ଶାଘାଇ ବ୍ଳକର ଜନସାଧାରଣଙ୍କ ପାଇଁ ୨୦୦କୋଟିରୁ ଅଧିକ ଟଙ୍କାର ପାନୀୟଜଳ ପ୍ରକଳ୍ପ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି । ଏଥିଲାଗି ଏହି ଦୁଇ ବ୍ଳକର ଶତାଧିକ ଜନପ୍ରତିନିଧି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି କୃତଜ୍ଞତା ଜ୍ଞାପନ ଜଣାଇଛନ୍ତି । ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ପ୍ରଚେଷ୍ଠା ଓ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ଯୋଗୁଁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରିବ ବୋଲି କିଛି ପ୍ରତିନିଧି ଜଣାଇଛନ୍ତି ।
Comments are closed.