ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ
ଢେଙ୍କାନାଳ(ନିହାର ରଞ୍ଜନ ସାହୁ) : ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ।ମୃତ ମହିଳା ହେଲେ ମହାବିରରୋଡ ରେଞ୍ଜ ମୋହନପଶି ଗ୍ରାମର ସୁକାନ୍ତି ହେମ୍ବ୍ରମ।ଗତକାଲି ବିଳମ୍ବିତ ରାତିରେ ହାତୀ ଆକ୍ରମଣ କରିଥିଲା। ସୂଚନା ଅନୁସାରେ ମହାବିରରୋଡ ରେଞ୍ଜରେ ହାତୀ ପ୍ରତ୍ୟେକ ଦିନ ଉପଦ୍ରବ କରୁଛନ୍ତି।ତେବେ ଗତକାଲି ରାତିରେ ସୁକାନ୍ତି ହେମ୍ର୍ବମ ଓ ତାଙ୍କ ସ୍ବାମି ମଧୁହେମ୍ବ୍ରମ ଘରେ ଶୋଇ ଥିବା ବେଳେ ହାତୀ ଘର ଭଙ୍ଗିଥିଲା । ସ୍ବାମି ନିଜର ଜିବନ ବଞ୍ଚାଇ ଦୈାଡି ପଳାଇଥିବା ବେଳେ ସୁକାନ୍ତି ହେମ୍ବ୍ରମଙ୍କୁ ହାତୀ ହାବୁଡରେ ପଡିଯାଇଥିଲେ । ଫଳରେ ହାତୀ ତାଙ୍କୁ ଶୁଣ୍ଡରେ ଟେକି କଚାଡି ଦେଇଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଖବରପାଇ ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି ହାତୀକୁ ନିକଟସ୍ଥ ଜଙ୍ଗଲକୁ ଘଉଡାଇବା ସହ ଅଧିକ ତଦନ୍ତ ଚଳାଇଛି ।
Comments are closed.