ଆରପାରିର ଓଡ଼ିଆ ସିନେ ଜଗତର ବରିଷ୍ଠ ତଥା ପ୍ରଖ୍ୟାତ ଅଭିନେତା ମିହିର ଦାସ

0

ଆରପାରିର ଓଡ଼ିଆ ସିନେ ଜଗତର ବରିଷ୍ଠ ତଥା ପ୍ରଖ୍ୟାତ ଅଭିନେତା ମିହିର ଦାସ | 63 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି | ଗତ କିଛି ଦିନ ଧରି ସେ ଅସୁସ୍ଥ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କିଡନୀ ସଂକ୍ରମଣ ଯୋଗୁଁ ତାଙ୍କୁ ଗତ ୭ ତାରିଖରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ମିହିରଙ୍କର ଏକାଧିକ ଅଙ୍ଗ ସଂକ୍ରମିତ ହୋଇଥିଵା ସୂଚନା ଦେଇଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ତେବେ ଆଜି ତାଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇଯାଇଥିଲା । ଡାକ୍ତରଙ୍କ ସମସ୍ତ ଚେଷ୍ଟା ପରେ ବି ତାଙ୍କୁ ବଞ୍ଚାଇବା ସମ୍ଭବପର ହୋଇନାହିଁ ।

୧୯୬୬ ଫେବ୍ରୁଆରୀ ୨ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ହୋଇଥିଲେ ମିହିରଦାସ | ୧୯୭୯ ମସିହାରେ ଅର୍ଥାତ ମାତ୍ର 13 ବର୍ଷ ବୟସରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ ମିହିର ଦାସ । । ସେ ପ୍ରାୟ ୧୫୦ଟିରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ର ମଧ୍ୟରେ ଧଉଳି ଏକ୍ସପ୍ରେସ ‘ଲକ୍ଷ୍ମୀ ପ୍ରତିମା’, ‘ପୁଅ ମୋର ଭୋଳା ଶଙ୍କର’,‘ଟାର୍ଗେଟ୍‌’, ‘ଗୁଣ୍ଡା’, ‘ମାଇଁ ଲଭ୍‌ ଷ୍ଟୋରୀ’,, ‘ଚୋରି ଚାରି ମନ ଚୋରି’, ‘ବାଜି’, କୃଷ୍ଣ| କାବେରୀ , ଯେ ପ|ଞ୍ଚେ ପରର ମନ୍ଦ , ତୁ ଏକା ଆମ ସାହା ଭରସା , ପୁଅ ମୋର କଳା ଠାକୁର ଅନ୍ୟତମ । ଅଭିନୟ ପାଇଁ ଏକାଧିକ ପୁରସ୍କାର ପାଇଛନ୍ତି ସେ । ୧୯୯୯ରେ ‘ବିଧାତା’ ଓ ୨୦୦୫ରେ ‘ଫେରିଆ ମୋ’ ସୁନା ଭଉଣୀ’ ଚଳଚ୍ଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ କଳାକାର ସମ୍ମାନ ମିଳିଥିଲା । ସବୁ ଚରିତ୍ରରେ ନିଖୁଣ ଭାବେ ଅଭିନୟ କରି ଦର୍ଶକଙ୍କ ମନ କିଣିବା ସହ ଘରେ ଘରେ ବେଶ ପରିଚିତ ଥିଲେ ମିହିର ଦାସ | ତେବେ ତାଙ୍କ ବିୟୋଗରେ ଓଡ଼ିଆ ସିନେ ଜଗତ ରେ ଏକ ଅପୂରଣୀୟ କ୍ଷତି ହୋଇଥିବା ମତ ପ୍ରକାଶ ପାଇଛି | ଅପରପଟେ ତାଙ୍କ ମୃତ୍ୟରେ ସମସ୍ତଙ୍କ ମନରେ ଶୋକର ଛାୟା ଖେଳି ଯାଇଛି |

Leave A Reply

Your email address will not be published.