ଜନବସତି ଅଞ୍ଚଳରୁ ହରିଣ ଉଦ୍ଧାର

ମୟୂରଭଞ୍ଜ(ବିଶ୍ୱଜିତ୍ ମହାନ୍ତି) : ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକ ଚନ୍ଦନପୁର ଗ୍ରାମରେ ସୋମାବର ଗୋଟିଏ ହରିଣ ଜନବସତି ଅଞ୍ଚଳରେ ବିଚରଣ କରୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ପରେ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ବନବିଭାଗ ଏହି ହରିଣଟିକୁ ଉଦ୍ଧାର କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଚନ୍ଦନପୁର ଗ୍ରାମର କିଛି ଶିକାରୀ ହରିଣକୁ ଶିକାର କରିବା ପାଇଁ ଦୌଡାଇ ଥିବାବେଳେ ଭୟଭୀତ ହୋଇ ହରିଣଟି ଜନବସତି ଅଞ୍ଚଳକୁ ପଳାଇ ଆସିଥିଲା । ତେବେ ଏହି ହରିଣଟି ଜନବସତି ଅଞ୍ଚଳରେ ବିଚରଣ କରୁଥିବାବେଳେ ସ୍ଥାନୀୟ ଅଞ୍ଚଳର ଲୋକେ ଏହାକୁ ଦେଖି ସଙ୍ଗେ ସଙ୍ଗେ ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ହରିଣଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡ଼ିଛି ।

Comments are closed.