ସରକାରଙ୍କ ଜାଗା ମିଶନର ସଫଳ ରୂପାୟନରେ ବସ୍ତିବାସିନ୍ଦାଙ୍କ ଉତ୍ସାହ

ଜଟଣୀ(ସଞ୍ଜୀବ କୁମାର): ସରକାରଙ୍କ ଜାଗା ମିଶନ ଜଟଣୀ ପୈାରାଚଂଳ ଅଧିନସ୍ଥ ଷଣ୍ଢପୁର ଶାସ୍ତ୍ରୀନଗର ଆଦର୍ଶକଲୋନୀ ଓ ବଙ୍ଗାଳୀ ସାହୀ ଆଦର୍ଶକଲୋନୀର ମିଳିତ ସହଯୋଗରେ ପ୍ରଥମ ପର୍ଯ୍ୟାୟ ସମ୍ପର୍କ ଉତ୍ସବ ଆୟୋଜିତ ହୋଇଥିଲା । ଏହା ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ୱାର୍ଡର ପର୍ଯ୍ୟାୟକ୍ରମେ ଆୟୋଜିତ ହେବ । ଜଟଣୀ ବସ୍ତିବାସିନ୍ଦା ମହାସଂଘର ସଭାପତି ଯୋଗେଶ ଚନ୍ଦ୍ର ନାୟକଙ୍କ ପୈାରହିତ୍ୟରେ ଆୟୋଜିତ ଏହି ସମ୍ପର୍କ ଉତ୍ସବ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥୀଭାବେ ତହସିଲଦାର ତପନ କୁମାର ମହାପାତ୍ର ଯୋଗଦେଇଥିଲେ । ଉକ୍ତ ବସ୍ତିବାସିନ୍ଦାଙ୍କ ଆଦର୍ଶ କୁହାଯାଉଥିବା ଜଟଣୀ ପୈାରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲିପ କୁମାର ମହାନ୍ତି ସମ୍ମାନୀତ ଅତିଥୀଭାବେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତାଭାବେ ଉତ୍କଳ ସାମ୍ବାଦିକ ସଂଘର ଜିଲା ସଭାପତି ପ୍ରଭାତ କୁମାର ମିଶ୍ର ଯୋଗଦେଇଥିବା ବେଳେ ଅନ୍ୟତମ ସମ୍ମାନୀତ ଅତିଥୀଭାବେ ଜଟଣୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜୀବ କର, ଜନସ୍ୱାସ୍ଥ୍ୟ ବିଭାଗ ଅଧିନସ୍ଥ ୱାଟକୋର ସହକାରୀ ଯନ୍ତ୍ରୀ, ନାରୀନେତ୍ରୀ ନମିତା ପାଲ,ପୁର୍ବତନ କାଉନସିଲର ବିରଚିଂ ନାରାୟଣ ସେଠୀ ପ୍ରମୁଖ ଯୋଗଦେଇଥିଲେ । ସେହିପରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୈାରପରିଷଦର ପୈାରଯନ୍ତ୍ରୀ ଅନୁରାଧା ପ୍ରଧାନ, ସହକାରୀ ଯନ୍ତ୍ରୀ ଦୀପକ ରଥ, କନିଷ୍ଠ ଯନ୍ତ୍ରୀ ଆଲୋକ କୁମାର ସ୍ୱାଇଁ, ଗୋଷ୍ଠୀ ସଂଗଠିକା ସୁଜ୍ଞାନୀ ତ୍ରିପାଠୀ, ମନସ୍ୱିନୀ ମହାରଣା,ନର୍ମଦା ଦେଇ,ୱାର୍ଡ ଅଫିସର ସତ୍ୟବ୍ରତ ତ୍ରିପାଠୀ,ପ୍ରିୟବ୍ରତ ସ୍ୱାଇଁ, ମଧୂସ୍ମିତା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ କାର୍ଯ୍ୟପାଇଁ ବିଭିନ୍ନବର୍ଗର ଲୋକମାନଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ କରାଯାଇଥିଲା । ସହରାଚଂଳରେ ବସବାସ କରୁଥିବା ଭୂମିହୀନ ତଥା ଗରୀବ ଅସହାୟମାନଙ୍କଲାଗି ରାଜ୍ୟ ସରକାରଙ୍କ ଲୋକାଭିମୂଖୀ ଯୋଜନା ଜାଗାମିଶନ ଜରିଆରେ ଜମିଯୋଗାଇବା ସହ ସେମାନଙ୍କର ବାସଗୃହ ବ୍ୟବସ୍ଥା କରିଛନ୍ତି । ସହରାଚଂଳର ବହୁଗରୀବ ଅସହାୟମାନେ ଏଥିରେ ଉପକୃତ ହୋଇଛନ୍ତି । ଯିଏ ଯେଉଁଠି ଭିଟାମାଟି ଭାବି ଘରକରି ରହିଥିଲେ ସେମାନଙ୍କୁ ସେହିଠାରେ ପୈାରପରିଷଦ ସହାୟତାରେ ବାସଗୃହର ପରିଚୟପତ୍ର ଏବଂ ଆବାସ ଯୋଜନା ପ୍ରଦାନ କରାଯାଇ ସ୍ଥାୟୀଭାବେ ବାସଗୃହର ବ୍ୟବସ୍ଥା କରାଯାଇଛି । ତେଣୁ ରାଜ୍ୟ ସରକାରଙ୍କ ଜାଗାମିଶନର ସଫଳ ରୂପାୟନରେ ବସ୍ତିବାସୀନ୍ଦାମାନେ ଉତ୍ସାହୀତ ହୋଇଛନ୍ତି । ଏନେଇ ଜଟଣୀ ପୈାରାଚଂଳର ୯ଟି କ୍ଲଷ୍ଟରସ୍ତରୀୟ ସମ୍ପର୍କ ଉତ୍ସବ ଆୟୋଜିତ ହେବ ବୋଲି ବସ୍ତିମହାସଂଘର ସଭାପତି ଯୋଗେଶଚନ୍ଦ୍ର ନାୟକ ସୁଚନା ଦେଇଥିବା ବେଳେ ତାହା ଆଜିଠାରୁ କାର୍ଯ୍ୟକାରୀ କରାଯାଇଛି ବୋଲି କହିଛନ୍ତି । ଏହି ଅବସରରେ ବସ୍ତିବାସିନ୍ଦାମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଏଥିରେ ଶତାଧ୍ଥଳ ବସ୍ତିବାସିନ୍ଦାମାନେ ଯୋଗଦେଇଥିଲେ ।

Comments are closed.