ସନ୍ଦେହ ଜନକ ଅବସ୍ଥାରେ ଖାଦାନ ମଧ୍ୟରୁ ମୃତ ଦେହ ଉଦ୍ଧାର

ରାଜଗାଙ୍ଗପୁର(ଗିରିଜା ପ୍ରସାଦ ସାମଲ) : ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ କାଂଶ ବାହାଲ ଅଞ୍ଚଳର ଏକ ଖାଦାନ ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତ ଦେହ ଉଦ୍ଧାର ହେଉଛି |ପ୍ରାପ୍ତ ସୂଚନା ଅନୁଯାୟୀ କାଂଶ ବାହାଲ ଅଞ୍ଚଳରେ ଥିବା ଏକ ପୁରୁଣା ଖାଦାନରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ପଡିରହିଥିବା ସୂଚନା ପୋଲିସକୁ ମିଳିବା ପରେ ଘଟଣା ସ୍ଥଳରେ କାଂଶ ବାହାଲ ଫାଣ୍ଡି ପୋଲିସ ,ରାଜଗଙ୍ଗପୁର ଏସ ଡି ପି ଓ ,ରାଜଗାଙ୍ଗପୁର ଥାନା ଅଧିକାରୀ ଓ ସାଇଟିଫିକ ଟିମ ପହଂଚି ଘଟଣାର ତଦନ୍ତ କରିବା ସହ ମୃତ ଦେହକୁ ଜବତ କରିବା ସହ ବ୍ୟବଛେଦ ପାଇଁ ରାଜଗାଙ୍ଗପୁର ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ଜଣାପଡିଛି |ମୃତ ବ୍ୟକ୍ତି ଜଣଙ୍କ ପରିଚୟ ଗୋପାଳ ମହାକୁଡୁ (୪୦)ବର୍ଷ ବୋଲି ଜଣାପଡିଛି |ଗୋପାଳ ମହାକୁଡୁ ରାଉରକେଲା କୋଏଲ ନଗର ସି ବ୍ଲକ ର ନିବାସୀ ବୋଲି ଜଣାପଡିଛି |ଗତ କିଛି ଦିନ ହେବ ସେ କାଂଶ ବାହାଲ ଅଞ୍ଚଳରେ ବୁଲା ବୁଲି କରୁଥିବା ବେଳେ ଆଜି ତାଙ୍କ ମୃତ ଦେହ ୨୦ ଫୁଟ ଗଭୀର ଖାଦାନ ମଧ୍ୟରୁ ମିଳିଥିଲା |ମୃତ ଦେହ ପଡିଥିବା ଜାଗାରୁ ପୋଲିସ ଗୋଟିଏ ଆଇରନ ରଡ଼ ,ଗୋଟିଏ ମୋବାଇଲ,ମିଳିଥିବା ସୂଚନା ମିଳିଛି |ତାଙ୍କୁ କେହି ହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଥିବା ବେଳେ ପୋଲିସ ଅଧିକ ତଦନ୍ତ ଚଳାଇଛି |

Comments are closed.