ଛାତରୁ ଡେଇଁ ମନୋଜ କାଣ୍ଡୁଲାନା ନାମକ ଜଣେ ବ୍ୟକ୍ତିଙ୍କ ଆତ୍ମ ହତ୍ୟା , ପୋଲିସର ତଦନ୍ତ ଜାରି

ସୁନ୍ଦରଗଡ(ସରୋଜ ସିଂ) : ସୁନ୍ଦରଗଡ ଜିଲ୍ଲା ହେମଗିର ଥାନା ଅନ୍ତର୍ଗତ କନିକା ଖଲିଆବାହାଲରେ ସାଧୁ ଚରଣ କୟାମ ନାମକ ଜଣେ ବ୍ୟକ୍ତିଙ୍କ ଘର ଛାତ ଉପରୁ ଡେଇଁ ମନୋଜ କାଣ୍ଡୁଲାନା ନାମକ ଜଣେ 29 ବର୍ଷ ବୟସ୍କ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି । ପୋଲିସ ଏ ନେଇ ହେମଗିର ଥାନାରେ କେଶ ନମ୍ବର – 44 ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିବା ସହ ଶବକୁ ଜବତ କରି ହେମଗିର ଡାକ୍ତରଖାନାର ମର୍ଗ ହାଉସରେ ରଖିଛନ୍ତି । ଆସନ୍ତା କାଲି ମୃତ ବ୍ୟକ୍ତିର ଶବ ବ୍ୟବଛେଦ ହେବ ବୋଲି ପୋଲିସ ସୂଚନା ଦେଇଛି । ତେବେ ସଂପୃକ୍ତ ବ୍ୟକ୍ତିଙ୍କର ମୁଣ୍ଡ ଦୋଷ ଥିବା ବା ତାଙ୍କ ମସ୍ତିଷ୍କ ବିକୃତ ଥିବା କଥା ପୋଲିସ ତାର ପ୍ରଥାମିକ ତଦନ୍ତରେ କହିଛି । ଗତ ଦୁଇତିନି ଦିନ ଧରି ମନୋଜ ଏହି ଅଞ୍ଚଳରେ ବୁଲାବୁଲି କରୁଥିବା ସହ କେତେକଙ୍କ ଘରେ ପଶି ଯାଉଥିଲା ବୋଲି କେତେକ ପୋଲିସକୁ କହିଛନ୍ତି । ଏପରିକି କିଛି ସ୍ତ୍ରୀ ଲୋକ ତାକୁ ଗୋଡାଇ ଗୋଡେଇ ପିଟି ଥିବା ଭଳି ସୂଚନା ମଧ୍ୟ ପୋଲିସକୁ ମିଳିଛି । ତେବେ ଆଜି ସେ ପୂର୍ବାହ୍ନରେ ଏହି କାଣ୍ଡ କରିଛି । ମୃତ ବ୍ୟକ୍ତି ଜଣଙ୍କ କନିକା ଖଲିଆବାହାଲର ସାଧୁ ଚରଣ କୟମଙ୍କ ଘରର ଛାତକୁ ଚଢି ଛାତରୁ ଡେଇଁ ଆତ୍ମହତ୍ୟା କରିଛି । ଅପରପକ୍ଷେ ହେମଗିର ପୋଲିସ ମୃତ ବ୍ୟକ୍ତିର ଶବକୁ ଜବତ କରି ତା ପରିବାର ଲୋକଙ୍କୁ ସୂଚନା ଦେଇଛି । ମୃତ ବ୍ୟକ୍ତିଙ୍କ ଘର ଝାରଖଣ୍ଡ ରାଜ୍ୟର ସିମଡେଗା ଜିଲ୍ଲା ଜଲଡେଗା ଥାନା ଅନ୍ତର୍ଗତ ଚୂଲିନିବାସୀ ମୋରେ ଟୋଲି ବୋଲି ଜଣା ପଡିଛି ।

Comments are closed.