ଦିଲ୍ଲୀ-ଡେରାଡୁନ୍ ଜନଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ
ନୂଆଦିଲ୍ଲୀ: ଦିଲ୍ଲୀ-ଡେରାଡୁନ୍ ଜନଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ । ଉତ୍ତରାଖଣ୍ଡ କାନସରୋ ନିକଟରେ ଟ୍ରେନର ସି-୪ ବଗିରେ ନିଆଁ ଲାଗିଥିବା ଜଣାପଡିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର ନେଇ ଉତ୍ତରାଖଣ୍ଡ ଡିଜିପି ସୂଚନା ଦେଇଛନ୍ତି । ଟ୍ରେନରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।
ତେବେ ସି-୫ ବଗିରେ ନିଆଁ ଲାଗିବା ଦ୍ୱାରା ବଗିଟି ସମ୍ପୂର୍ଣ୍ଣ ଭାବେ ପୋଡ଼ି ଯାଇଥିଲା । ଲୋକେ ପାଇଲଟ୍ ଆପାତକାଳୀନ ବ୍ରେକ୍ ଦେଇ ଟ୍ରେନକୁ ଅଟକାଇବାରେ ସକ୍ଷମ ହୋଇଥିଲେ । ଏହାଫଳରେ ନିଆଁ ଲାଗିଥିବା ବଗିଠାରୁ ଅନ୍ୟ ବଗିଗୁଡ଼ିକୁ ଅଲଗା ରଖାଯାଇ ପାରିଥିଲା । ତଦନ୍ତ ପରେ ଅଗ୍ନିକାଣ୍ଡ ସମ୍ପର୍କିତ ସମସ୍ତ ତଥ୍ୟ ଜଣାପଡ଼ିବ । ତେବେ ସର୍ଟସର୍କିଟ୍ ଦ୍ୱାରା ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।
Comments are closed.