ପିପିଲି ଉପ-ନିର୍ବାଚନକୁ ନେଇ ମନ୍ତ୍ରୀ ସମୀର ଦାଶଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ପିପିଲି: ପିପିଲି ଉପ-ନିର୍ବାଚନକୁ ନେଇ ରାଜନୀତି ଜୋର ଧରିଛି । ଏହାରି ମଧ୍ୟରେ ଉପନିର୍ବାଚନରେ ପ୍ରାର୍ଥୀ ଚୟନକୁ ନେଇ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ରଖିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ । ପିପିଲି ଲୋକେ ମହାରଥୀଙ୍କ ପରିବାରକୁ ଚାହୁଁଥିବା ମନ୍ତ୍ରୀ କହିଛନ୍ତି ।

ଏହା ସହ ସମୀର କହିଛନ୍ତି ଯେ, ‘ପିପିଲି ମୋ ପାଖ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ମୁଁ ଲୋକଙ୍କ ସମ୍ପର୍କରେ ଅଛି । ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପରିବାରର ଜଣକୁ ପ୍ରାର୍ଥୀ କରିବାକୁ ଲୋକେ ମତ ଦେଉଛନ୍ତି । ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଦୀପ ବାବୁଙ୍କ ବିଶେଷ ଅବଦାନ ଥିଲା । ତେଣୁ ପରିବାର ଜଣକୁ ପ୍ରାର୍ଥୀ କରିବାକୁ ଲୋକେ ଚାହୁଁଛନ୍ତି । ମହାରଥୀଙ୍କ ଅନୁପସ୍ଥିତିକୁ ଲୋକେ ହୃଦୟଙ୍ଗମ କରୁଛନ୍ତି । ମହାରଥୀଙ୍କ ପରିବାରରୁ କାହାକୁ ନବୀନ ପ୍ରାର୍ଥୀ କରନ୍ତୁ ବୋଲି ଆଗ୍ରହ ପ୍ରକାଶ କରୁଛନ୍ତି ।’ ତେବେ ପ୍ରାର୍ଥିତ୍ୱ ଏସମ୍ପର୍କରେ ନେତା ଯାହା ନିଷ୍ପତ୍ତି ନେବେ ଲୋକମାନେ ଗ୍ରହଣ କରିବେ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।

Comments are closed.