ରାଜ୍ୟର ନୂଆ ଭୋଟରଙ୍କୁ ମିଳିବ ଇ-ଭୋଟର କାର୍ଡ

ଭୁବନେଶ୍ୱର,୧୩ ।୩: ରାଜ୍ୟର ସବୁ ଭୋଟ ଗ୍ରହଣ କେନ୍ଦ୍ରରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ଅନୁସାରେ, ଆଜି ଓ ଆସନ୍ତାକାଲି ନୂଆ ଭୋଟରଙ୍କୁ ମିଳିବ ଇ-ଭୋଟର କାର୍ଡ । ୨୦୨୧ରେ ମୋବାଇଲ୍ ନମ୍ବର ସହ ନାମ ପଞ୍ଜୀକରଣ କରିଥିବା ଭୋଟରଙ୍କୁ ଇ-ପରିଚୟପତ୍ର ମିଳିଯିବ ।

ତେବେ ରାଜ୍ୟରେ ପଞ୍ଜୀକୃତ ୪୨ ହଜାର ୪୨୧ ନୂଆ ଭୋଟର ପଞ୍ଜୀକୃତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ହଜାର ୯୨୨ ଜଣ ଇ-ଭୋଟର କାର୍ଡ ନେଇଛନ୍ତି । ଅବଶିଷ୍ଟ ଭୋଟରଙ୍କୁ ୨ ଦିନିଆ ଅଭିଯାନ ମାଧ୍ୟମରେ ଇ-ଭୋଟର କାର୍ଡ ଯୋଗାଇଦିଆଯିବ ।

Comments are closed.