ଓଡିଶା ଆସିବ କେନ୍ଦ୍ରୀୟ ବିଶେଷଜ୍ଞ ଟିମ
ଭୁବନେଶ୍ୱର: ଜଙ୍ଗଲ ନିଆଁ ପ୍ରସଙ୍ଗରେ ଓଡିଶା ଆସିବ କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍ । ଏନେଇ ଆଜି ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର । ସେ କହିଛନ୍ତି ଯେ, ‘ଖୁବଶୀଘ୍ର ବିଶେଷଜ୍ଞ ଦଳ ଓଡିଶା ପଠାଯିବ । ବିଶେଷଜ୍ଞ ଦଳ ଓଡିଶା ଆସି ପରାମର୍ଶ ଓ ସହାୟତା ଦେବ । ଜଙ୍ଗଲ ନିଆଁ ପରିଚାଳନା ପାଇଁ ରାଜ୍ୟ ବନ ବିଭାଗକୁ ସାହାର୍ଯ୍ୟ କରିବ ଟିମ୍ ।’
ତେବେ ଓଡିଶା ବିଜେପି ସାଂସଦମାନେ ଭେଟିବା ପରେ ଜାଭଡକର ଟ୍ୱିଟ କରିଛନ୍ତି । ସ୍ଥିତି ଅନୁଧ୍ୟାନ ପାଇଁ ଖୁବଶୀଘ୍ର ଏକ ଏକ୍ସପର୍ଟ ଟିମ ଓଡିଶା ଯିବ । ଅଗ୍ନିକାଣ୍ଡ ରୋକିବା ପାଇଁ ପରାମର୍ଶ ସହ ସାହାର୍ଯ୍ୟ କରିବ ଟିମ୍ । ସେଠାରେ ପୂର୍ବରୁ ମୁତୟନ ଥିବା କର୍ମଚାରୀଙ୍କ ସହ କାର୍ଯ୍ୟ କରିବ । ସେଠାକାର ପରିସ୍ଥିତି ସମ୍ପର୍କରେ ପ୍ରତିଦିନ ଟିମ୍ ଅନୁଧ୍ୟାନ କରିବ ।
Comments are closed.