ଦୁନିଆର ସବୁଠାରୁ ବଡ ‘ନରେନ୍ଦ୍ର ମୋଦୀ’ ଷ୍ଟାଡିୟମ, ଉଦଘାଟନ କଲେ ରାଷ୍ଟ୍ରପତି

ଅହମ୍ମଦାବାଦ,୨୪ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାଁରେ ନାମିତ ହୋଇଛି ମୋଟେରା ଷ୍ଟାଡିୟମ । ଗୁଜୁରାଟର ଅହମ୍ମଦାବାଦରେ ପ୍ରସ୍ତୁତ ହୋଇଥିବା ଦୁନିଆର ସବୁଠାରୁ ବଡ କ୍ରିକେଟ ଷ୍ଟାଡିୟମର ଆଜି ଉଦଘାଟନ ହୋଇଛି । ଏହି ନୂଆ ଷ୍ଟାଡିୟମ ର ଉଦଘାଟନ ଆଜି କରିଛନ୍ତ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଷ୍ଟାଡିୟମରେ ହୋଇଥିଲା ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ । ମୋଟେରା ନାଁ ପରିବର୍ତ୍ତନ କରାଯାଇ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ନାଁ ରଖାଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଖେଳ ମନ୍ତ୍ରୀ କିରେଣ ରିଜିଜୁ ଓ ଡେପୁଟି ସିଏମ୍ ନିତିନ ପଟେଲ ଉପସ୍ଥିତ ଥିଲେ । ନୂଆ ସୁବିଧା ଓ ସାଜସଜ୍ଜା ସହିତ ଆରମ୍ଭ ହୋଇଥିବା ଏହି ଷ୍ଟାଡିୟମ ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ପିଙ୍କ ବଲ୍ ଟେଷ୍ଟ ମ୍ୟାଚ୍ ଖେଳାଯିବ ।

ତେବେ ଦୁଇ ଦିନିଆ ଗସ୍ତରେ ଗୁଜୁରାଟରେ ପହଞ୍ଚିଥିବା ରାଷ୍ଟ୍ରପତି କୋବିନ୍ଦ ତାଙ୍କ ପତ୍ନୀଙ୍କ ସହ ସର୍ଦ୍ଦାର ଭାଲାଭଭାଇ ପଟେଲ ସ୍ପୋର୍ଟସ ଏନକ୍ଲେଭର ଭୂମି ପୂଜନ କରିଥିଲେ। ଗତ ବର୍ଷ ଫେବୃଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋଟେରା ଷ୍ଟାଡିୟମରେ ମିଳିତ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।

Comments are closed.