ମେ ୧୮ ତାରିଖରୁ ଯୁକ୍ତ ୨ ପରୀକ୍ଷା

ଭୁବନେଶ୍ୱର,୨୪ ।୨: +୨ ପରୀକ୍ଷା ସୂଚୀ ଆଜି ଘେଶଣୋ କରିଛନ୍ତି ରାଜ୍ୟ ସରକାର । ଆସନ୍ତା ମେ’ ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି +୨ ପରୀକ୍ଷା । ମେ ୧୮ରୁ ଜୁନ୍ ୧୨ ତାରିଖ ମଧ୍ୟରେ +୨ ପରୀକ୍ଷା ହେବ । କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହେବ । ଧନ୍ଦାମୂଳକ ପରୀକ୍ଷା ମେ ୨୮ରୁ ଆରମ୍ଭ ହେବ । ଏଥର ପ୍ରଥମେ ବିଜ୍ଞାନର ଫିଜିକ୍ସ ପରୀକ୍ଷା ଆରମ୍ଭ ହେବ । ଏଥର ପରୀକ୍ଷା ଦେବେ ପ୍ରାୟ ୪ ଲକ୍ଷ ଛାତ୍ରଛାତ୍ରୀ । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

Comments are closed.