ପୁଡୁଚେରୀରେ ସରକାର ଭାଙ୍ଗିଲା
ପୁଡୁଚେରୀ, ୨୨ା୨: ପୁଡ଼ୁଚେରୀରେ ଭାଙ୍ଗିଲା କଂଗ୍ରେସ ସରକାର । ସଂଖ୍ୟା ଗରିଷ୍ଠତା ପ୍ରମାଣରେ ଫେଲ ମାରିଛନ୍ତି ଭି.ନାରାୟଣସାମୀ । ବିଧାନସଭାରେ ଆସ୍ଥା ଭୋଟ୍ରେ ହାରିଛନ୍ତି ମୁଖ୍ୟମନ୍ତ୍ରୀ ନାରାୟଣସାମୀ । ଫଳରେ ମୁଖ୍ୟମନ୍ତ୍ରୀ ଓ ସମର୍ଥକ ବିଧାୟକମାନେ କକ୍ଷତ୍ୟାଗ କରିଛନ୍ତି । ସରକାର ଆସ୍ଥା ଭୋଟରେ ପରାସ୍ତ ହୋଇଥିବା ନେଇ ବାଚସ୍ପତି ଘୋଷଣା କରିଛନ୍ତି । କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ରାଷ୍ଟ୍ରପତି ଶାସନ ଜାରି ସମ୍ଭାବନା ରହିଛି ।
ତେବେ ପୁଡୁଚେରୀ ଉପରାଜ୍ୟପାଳଙ୍କୁ ନିଜର ଇସ୍ତଫା ଦେଇଛନ୍ତି ନାରାୟଣସାମୀ । ପୁଡୁଚେରୀରେ ଆଉ ୨ ମାସ ପରେ ବିଧାନସଭା ନିର୍ବାଚନ ହେବାର ଅଛି । ବିଧାନସଭାରେ କଂଗ୍ରେସ ପାଖରେ ୯ ବିଧାୟକ ବ୍ୟତିତ ୨ଡିଏମକେ ଓ ଏକ ନିର୍ଦଳୀୟ ବିଧାୟକଙ୍କର ସମର୍ଥନ ରହିଛି । ଅର୍ଥାତ୍ କଂଗ୍ରେସ ନିକଟରେ ମୋଟ ୧୧ ବିଧାୟକଙ୍କ ସମତଁନ ରହିଛି । କିନ୍ତୁ ବହୁମତ ପାଇବା ପାଇଁ ୧୪ ବିଧାୟକଙ୍କର ସମର୍ଥନ ଦରକାର ।
Comments are closed.