କରୋନା ପାଇଁ ବିଏମସି ପକ୍ଷରୁ ଆଡଭାଇଜରୀ: ଏଣିକି ସାବାଡ ହେବେ ଅମାନିଆ

ଭୁବନେଶ୍ୱର,୨୨ ।୨: ରାଜ୍ୟରେ କରୋନାର ଦ୍ୱିତୀୟ ଲହରୀ ସୃଷ୍ଟି ହେବାର ଆଶଙ୍କା ରହିଛି । କରୋନା ସଂକ୍ରମଣ ରୋକିବାକୁ ବିଏମସି ପକ୍ଷରୁ ଆଡଭାଇଜରୀ ଜାରି ହୋଇଛି । କମିଶନରେଟ ପୋଲିସ ସହ ଏନେଇ ଆଲୋଚନା ହୋଇଛି । ସଂକ୍ରମଣରୁ ବଞ୍ଚିବା ପାଇଁ କଟକଣା କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ କମିଶନର ସୂଚନା ଦେଇ କହିଛନ୍ତି ଯେ, ‘ବିଏମସି ପକ୍ଷରୁ ୫ଟି ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ଯାଞ୍ଚ ଆରମ୍ଭ ହୋଇଛି । ମାସ୍କ, ସାନିଟାଇଜର, ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଅନ୍ତୁ । ବିଏମସିର ସମସ୍ତ ୩ଟି ଜୋନରେ ଅମାନିଆଙ୍କୁ ଜରିମାନା କରାଯିବ । ମାଇକ ଜରିଆରେ ଲୋକଙ୍କୁ ସଚେତନ ପାଇଁ କୁହାଯାଇଛି । ଆଇଆରସି ଭିଲେଜରେ ଏକ ସ୍କୁଲରେ ଶିକ୍ଷକ ପଜିଟିଭ୍ ହୋଇଛନ୍ତି । ସମ୍ପୃକ୍ତ ସ୍କୁଲର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉପରେ ନଜର ରଖାଯାଇଛି । ସ୍କୁଲରେ ଅନ୍ୟ କାହାରିଠାରେ ଲକ୍ଷଣ ନଥିବା ଜଣାପଡିଛି ।’

Comments are closed.