ଏକ ସ୍ୱାମୀ.. ଅନେକ ସ୍ତ୍ରୀ : ରସିକିଆ କଳା ସାରଙ୍କ କଳା କାରନାମା
କଟକ,୧୯ ।୨: ଶିକ୍ଷକଙ୍କୁ ସମସ୍ତେ ଆଦର୍ଶ ଭାବି ମାନିଥାନ୍ତି । କିନ୍ତୁ କଟକ ଜିଲ୍ଲାରେ ଜଣେ ରସିକିଆ କଳା ଶିକ୍ଷକଙ୍କ କାରନାମାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଲକ-ଡାଉନ କାରଣରୁ ସମସ୍ତେ ଘରେ ରହିଥିବାବେଳେ ରସିକିଆ କଳା ଶିକ୍ଷକ ଆଉ ୨ ବାହାହୋଇଛନ୍ତି । ସମ୍ପୃକ୍ତ ଶିକ୍ଷକ ୪ ଜଣଙ୍କୁ ବିବାହ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏତଲା ପରେ ସମ୍ପୃକ୍ତ ଆର୍ଟ ଶିକ୍ଷକଙ୍କୁ ଉଠାଇ ଆଣିଛି ପୋଲିସ । କଟକ ମହିଳା ଥାନାରେ ସମ୍ପୃକ୍ତ ଶିକ୍ଷକଙ୍କୁ ଅଟକ ରଖି ଜେରା ଚାଲିଛି ।
ମିଳିଥିବା ଖବର ମୁତାବକ, କଟକ ଜିଲ୍ଲା ସାଲେପୁର ଅଞ୍ଚଳର ଏକ ସ୍କୁଲରେ କଳା ଶିକ୍ଷକ ଅଛନ୍ତି ସମ୍ପୃକ୍ତ ଶିକ୍ଷକ । ୨୦୦୧ରେ ରାଉସାପାଟଣାର ଜଣେ ଯୁବତୀଙ୍କୁ ସେ ପ୍ରଥମ ବିବାହ କରିଥିଲେ । ୨୦୦୮ ରେ ଲୁଚାଛପାରେ ଶିକ୍ଷକ ଜଣକ ଆଉ ଜଣେ ଯୁବତୀଙ୍କୁ ବାହା ହୋଇଥିଲେ । ପରେ ଲକଡାଉନ ଚାଲିଥିବା ବେଳେ ସେ ଆଉ ୨ ଯୁବତୀଙ୍କୁ ମଧ୍ୟ ବାହା ହୋଇଛନ୍ତି । ପ୍ରଥମ ଓ ୩ୟ ସ୍ତ୍ରୀ ଏକଥା ଜାଣିବା ପରେ ଥାନାରେ ଅଭିଯୋଗ କରିଛନ୍ତି । ଏତଲା ପରେ ଚତୁର୍ଥ ପତ୍ନୀ ପାଖରେ ରହୁଥିବା କଳା ସାରଙ୍କୁ ବାନ୍ଧି ଆଣିଥିଲା ପୋଲିସ । ଏକାସାଙ୍ଗରେ ୪ ଜଣ ଯୁବତୀଙ୍କ ଜୀବନକୁ ନେଇ ଖେଳିଥିବାରୁ ଶିକ୍ଷକଙ୍କ ବିରୋଧରେ ସାଙ୍ଘାତିକ ଅଭିେଯୋଗ ହୋଇଛି ।
Comments are closed.