ବାଚସ୍ପତିଙ୍କ ଫାଇବର ଗ୍ଲାସ ଫିଙ୍ଗିଲେ ବିରୋଧୀ, କାଲି ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର,୧୯ ।୨: ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତବ ଆଲୋଚନା ବେଳେ ଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ ବିରୋଧୀଙ୍କର ଜୋରଦାର ହଙ୍ଗାମା । ବିଧାନସଭାରେ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ ଗୃହରେ ହଟ୍ଟଗୋଳ କରିଥିଲେ । ବାଚସ୍ପତିଙ୍କ ଆଗରେ ଥିବା ଫାଇବର କାଚ ତଳକୁ ଖସାଇଦେଇଥିଲେ ବିରୋଧୀ । ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ ବିରୋଧୀ ସଦସ୍ୟ । ବାଚସ୍ପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ତାରା ପ୍ରସାଦ ବାହିନୀପତି ।

ପ୍ରବଳ ହୋହଲ୍ଲା ଓ ହଙ୍ଗାମା ଯୋଗୁଁ କାଲି ୧୦ଟା ୩୦ ଯାଏଁ ଗୃହକୁ ମୁଲତବୀ କରାଯାଇଛି । ଆସନ୍ତାକାଲି ଯାଏଁ ଗୃହତକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

Comments are closed.