ଆନ୍ଧ୍ରର ନୂଆ ଚାଲ୍! କୋଟିଆ ପରେ କାଶୀନଗରରେ ରାସ୍ତାକାମ

ଗଜପତି,୧୯ ।୨: ଓଡିଶା ଓ ଆନ୍ଧ୍ର ସୀମାକୁ ନେଇ ଚାଲିଛି ବିବାଦ । ଏହାରି ମଧ୍ୟରେ ଗଜପତି କାଶୀନଗର ବ୍ଲକର ୬ ମାଇଲରେ ଆନ୍ଧ୍ରର ଦାଦାଗିରି । ରାୟଗଡ଼ା ଜିଲ୍ଲା ସିମାନ୍ତରେ ଥିବା ସାନ ଲୁକୁଟି ଗାଁ ଆନ୍ଧ୍ର କରୁଛି ରାସ୍ତା ନିର୍ମାଣ । ରାସ୍ତା ନିର୍ମାଣ କାମ ବନ୍ଦ କରିଛନ୍ତି କାଶୀନଗର ତହସିଲଦାର । ରାସ୍ତାକାମରେ ବ୍ୟବହୃତ ଗାଡି, ସିମେଣ୍ଟ ଓ ଅନ୍ୟ ସାମଗ୍ରୀ ଜବତ କରାଯାଇଛି । କୋରାପୁଟର କୋଟିଆକୁ ନେଇ ସୁପ୍ରିମକୋର୍ଟରେ ମାମଲା ଚାଲିଥିବାବେଳେ ଆନ୍ଧ୍ର ଚଳାଇଛି ଚାଲ । ଓଡ଼ିଶା ସୀମାରେ ଖୁଲାମ ଖୁଲା ବ୍ରିଜ ଓ ରାସ୍ତା ନିର୍ମାଣ ଆରମ୍ଭ କରିଦେଇଛି ଆନ୍ଧ୍ର।

ଏହା ପୂର୍ବରୁ କୋରାପୁଟର କୋଟିଆରେ ନିର୍ବାଚନ କରିଥିଲା ଆନ୍ଧ୍ର । କୋଟିଆ ପ୍ରସଙ୍ଗରେ ଆନ୍ଧ୍ର ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତିି ଓଡିଶା ସରକାର । ଅନ୍ୟପଟେ କୋଟିଆ ପ୍ରସଙ୍ଗକୁ ନେଇ ସତର୍କ କରାଇଛନ୍ତି କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା । ସେ କହିଛନ୍ତି ଯେ, ‘କୋଟିଆ ପାଇଁ ହୋଇଛି ବଡ ଡିଲ୍ । କିଛି କମ୍ପାନୀ ମିଳିତ ଭାବେ କୋଟିଆରେ ଖଣି ଖନନ ଚାହୁଁଛନ୍ତି । ତେଣୁ ସେମାନେ ଫଣ୍ଡିଂ ଜରିଆରେ ଷଡଯନ୍ତ୍ର ଚଳାଇଛନ୍ତି । ଓଡିଶାର ପାୱାର କରିଡରରେ ବି ସେମାନେ ଡିଲ ଉଦ୍ୟମ କରୁଛନ୍ତି । ଷଡଯନ୍ତ୍ର ରୋକିବାକୁ ଓଡିଶା ସତର୍କ ରହିବା ଜରୁରୀ ।’ ଗଜପତିରେ ଗତ ୧୩ ତାରିଖରେ ପଞ୍ଚାୟତ ନିର୍ବାଚନ କରିଥିବା ଆନ୍ଧ୍ର ପୁଣି ଏଠାରେ ରାସ୍ତା ନିର୍ମାଣ ଚଳାଇଛି । ଓଡିଶା ଭିତରେ ପଶି ରାସ୍ତା ନିର୍ମାଣ କରୁଛି ।

Comments are closed.