ମୁନିଗୁଡା ପୋଲିସକୁ ମିଳିଛି ସଫଳତା : 55 କିଲୋ ଗଞ୍ଜେଇ ସହ ଦୁଇ ଵିହାରି ବାଵୁ ଗିରଫ
ରାୟଗଡା, ସତ୍ୟନାରାୟଣ ସାହୁ : ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସ ଗତ କାଲି ଦିନ ଦୁଇଟା ସମୟରେ ଟିକରପଡା ଟିଡିସିସି ନିକଟରେ 55 କିଲୋ ଗଞ୍ଜେଇ ଧରିଵା ସହ ଦୁଇଜଣଙ୍କୁ ଗିରଫ କରିଥିବା ଆଇ ଆଇ ସି ସୁଜ୍ଞାନୀ ସାହୁ ପ୍ରକାଶ କରିଛନ୍ତି। ଵିଵରଣୀରୁ ପ୍ରକାଶ ଯେ ମୁନିଗୁଡା ଏସ୍ ଡି ପି ଓ ଶ୍ରୀ ଆକାଶ ଚନ୍ଦ୍ର ସାହୁ ଅଳ୍ପଦିନ ହେବ ଯୋଗ ଦେଇଥିଲେ ମଧ୍ୟ ତାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବହୁ ଗଞ୍ଜେଇ ଟ୍ରକ ଠାରୁ ଆରମ୍ଭ କରି ଜୁଆଡି, ଚୋରା ବେପାରୀ, ଟ୍ରାଫିକ୍ ନିୟନ୍ତ୍ରଣ କରିବା ରେ ସଫଳତା ହାସଲକରି ସରକାରୀ ଓ ସାଧାରଣଲୋକଙ୍କ ନିକଟରେ ପ୍ରିୟପାତ୍ର ହୋଇ ପାରିଛନ୍ତି। ସେହିପରି ଲଗାତର ମୁନିଗୁଡା ଦେଇ ଚୋରା ଗଞ୍ଜେଇ ଚାଲାଣ ହେଉଥିଵାରୁ ଏସ୍ ଡି ପି ଓ ଶ୍ରୀ ସାହୁଙ୍କ ନିର୍ଦ୍ଦେଶନାରେ ଆଇ ଆଇ ସି ଶ୍ରୀମତୀ ସୁଜ୍ଞାନୀ ସାହୁ ଜାଲ ଵିଛାଇ ଥିଲେ। ଗତକାଲି ଅପରାହ୍ନ 2 ଟା ସମୟରେ ଵିହାର ରାଜ୍ୟର ବସିସ୍ କୁମାର ଓ ମଞ୍ଜିସ୍ ମିଶ୍ରା 55କେଜି ଗଞ୍ଜେଇ ନେଇ ଟିକରପଡା ଟିଡିସିସି ନିକଟ ଦେଇ ଟ୍ରେନକୁ ଯାଉଥିବା ସମୟରେ ଚଢାଉ କରି ଦୁଇ ଜଣଙ୍କୁ ଗିରଫ କରି କେଶ ନମ୍ଵର 18/021 ପ୍ରକାରେ କୋର୍ଟ ଚାଲାଣ କରିଛନ୍ତି । ଚଢ଼ାଉ ସମୟରେ ଏସ୍ ଡି ପି ଓ ଶ୍ରୀ ସାହୁ ଓ ଆଇ ଆଇ ସି ଶ୍ରୀମତୀ ସାହୁ, ଏସ ଆଇ ଶ୍ରୀ ଯଶୋବନ୍ତ କୁଅର, ପୋଲିସ ଆର ବିଡିକା, ଖଗପତି ଦେଉନୀ, ଵିରଞ୍ଚି ଚୌଧୁରୀ, ହୋମଗାର୍ଡ ମନୁ ପାଣିଗ୍ରାହୀ, ସୁଜାତା ମଣ୍ଡଳ, ପ୍ଲାଟୁନ୍ କମାଣ୍ଡର ଟୁଲୁପାଢୀ, କେ. ସି. ବାରିକ ପ୍ରମୁଖ ସାମିଲ ଥିଲେ ।
Comments are closed.