ଟ୍ରକ ଓ ବାଇକ ମଧ୍ୟରେ ଧକ୍କା, ଅଳ୍ପକେ ବର୍ତ୍ତିଗଲେ- ଯୁବକ
ସମ୍ବଲପୁର, ରମାକାନ୍ତ ବିଶ୍ବାଳ : ଆଜି ଶୁକ୍ରବାର ସକାଳ ୯ ଟାରେ ୫୬ ନମ୍ବର ଜାତୀୟ ରାଜପଥ ସିନ୍ଦୁରପଙ୍କ ରେଲୱେ ବ୍ରିଜ ନିକଟରେ ଟ୍ରକ ଓ ଏକ ବାଇକ ମଧ୍ୟରେ ଧକ୍କା ହେବା ଫଳରେ ବାଇକ ଆରୋହୀ ଗୁରୁତର ହୋଇ ରାସ୍ତାରେ ପଡିରହିଥିଲେ । ସେହି ସମୟରେ ରାସ୍ତାରେ ଯାଉଥିବା ୟୁଏମଏଚୟୁ ଡାକ୍ତର ରାଜାରାମ ଷଡଙ୍ଗୀ ଆହତ ପାଖରେ ପହଞ୍ଚି ସଦର ଓଆଇସି ଚିନ୍ତାମଣି ପ୍ରଧାନଙ୍କୁ ସୁଚନା ଦେବାପରେ ତ୍ୱରିତ ପିସିଆର ଗାଡି ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ଯୁବକଙ୍କୁ ଉଦ୍ଧାରକରି ସଦର ହସପିଟାଲରେ ଭର୍ତ୍ତୀ କରିଛନ୍ତି । ଦୁର୍ଘଟନା ପରେ ଟ୍ରକକୁ ରାସ୍ତାରେ ରଖି ଡ୍ରାଇଭର୍ ଫେରାର ହୋଇଯାଇଥିଲେ । ପୁଲିସ ଘଟଣା ସ୍ଥଳରୁ ଟ୍ରକ ଓ ବାଇକ କୁ ଜବତ କରି ତଦନ୍ତ କରୁଛନ୍ତି । ଆହତ ଯୁବକ କବରାପାଲି ପଞ୍ଚାୟତ ତୁରିପଡାର ଯୁଧିଷ୍ଟିର ସିଂ ବୋଲି ପରିଚୟ ମିଳିବା ପରେ ଏ ସଂପର୍କରେ କବରାପାଲି ସରପଞ୍ଚ ଙ୍କୁ ମଧ୍ୟ ଜଣାଇଦିଆଯାଇ ଆହତଙ୍କୁ ସହଯୋଗ କରିବାକୁ ସୂଚନା ଦିଆଯାଇଛି । ମୁଣ୍ଡ ଓ ଜଙ୍ଘରେ ଗୁରୁତର ଆହତ ହୋଇଥିଲେବି ହେଲମ୍ୟାଟ ଯୋଗୁଁ ଅଳ୍ପକେ ଜୀବନ ରକ୍ଷା ହୋଇଯାଇଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।
Comments are closed.