ରାକେଶ ସହ ଗେଷ୍ଟ ହାଉସରେ ଥିଲେ ଝରାଫୁଲ, ଆସିଲା ଆଉ ଏକ ସିସିଟିଭି ଫୁଟେଜ୍

ଭୁବନେଶ୍ୱର,୨୯ ।୧: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଛି ଆଉ ଏକ ସିସିଟିଭି ଭିଡିଓ । ଘଟଣାଦିନ ଅର୍ଥାତ୍ ୨୬ ତାରିଖ ରାତିରେ ଖଣ୍ଡଗିରିର ଏକ ଗେଷ୍ଟ ହାଉସରେ ରହିଥିଲେ ଝରାଫୁଲ । ଧର୍ମବିହାର ଲେନ୍-୬ରେ ଥିବା ଗେଷ୍ଟହାଉସରେ ରହିଥିଲେ ଝରାଫୁଲ । ବନ୍ଧୁ ରାକେଶ ସ୍ୱାଇଁ ସହ ଝରାଫୁଲ ଗେଷ୍ଟ ହାଉସରେ ରହିଥିବା ସୂଚନା ମିଳିଛି । ଗେଷ୍ଟ ହାଉସରେ ଉଭୟ ରହିଥିବା ନେଇ ନିକଟ ସିସିଟିଭିରୁ ଜଣାପଡିଛି । ଗେଷ୍ଟ ହାଉସ ନିକଟରେ ଥିବା ସିସିଟିଭିରେ ଅନ୍ୟ ଏକ ଦୃଶ୍ୟ କଏଦ୍ ହୋଇଛି । ସିସିଟିଭିରେ ଝରାଫୁଲଙ୍କୁ ସ୍କୁଟିରେୁ ବସାଇ ନିଆଯାଉଥିବାର ଦୃଶ୍ୟ ରହିଛି ।

ଏବେ ଯାଜପୁର ଥାନାରେ ରହିଛି ଝରାଫୁଲଙ୍କ ଅଭିଯୁକ୍ତ ରାକେଶ ସ୍ୱାଇଁ । ମୁଖ୍ୟ ଅଭିଯୁକ୍ତ ରାକେଶକୁ ଝରାଫୁଲଙ୍କ ମୃତ୍ୟୁ ବିଷୟରେ ପଚରାଉଚରା କରୁଛି ପୋଲିସ । ଡାକ୍ତରୀ ମାଇନା ସହ କୋଭିଡ ପରୀକ୍ଷା ମଧ୍ୟ ହୋଇଛି । ଆଜି ରାକେଶକୁ କୋର୍ଟ ଚାଲାଣ କରିବ ପୋଲିସ ।

ତେବେ ଯାଜପୁର-କୁଆଖିଆ ମୂଳାପାଳ ଦିଆଲିଖଣ୍ଡି ରାସ୍ତା କଡରୁ ବୁଧବାର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । କୁଆଖିଆ ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ଯାଜପୁର ପଠାଇ ଘଟଣାର ତଦନ୍ତ ଜାରି ରଖିଛି । କୁଆଖିଆ ଥାନାଠାରୁ ପ୍ରାୟ ୩ କି.ମି ଦୂର ମୂଳାପାଳ-କରଜଙ୍ଗା ଗ୍ରାମର ମଧ୍ୟବର୍ତ୍ତୀ ସ୍ଥାନ ଦିଆଲଖଣ୍ଡ ମୌଜାର ରାସ୍ତା କଡ଼ରୁ ଉକ୍ତ କଲେଜ ଛାତ୍ରୀର ମୃତଦେହ ଉଦ୍ଧାର କରାଯାଇଥିଲା । ସିସିଟିଭି ଭିଜୁଆଲ୍ ରୁ ଅପରାଧୀଙ୍କୁ ଚିହ୍ନଟ କରିଛି ପୋଲିସ । ସିସିଟିଭି ଭିଜୁଆଲରେ ଏକ ୨ ଚକିଆ ଗାଡିରେ ଦୁଇ ଜଣ ଯୁବକ ଜଣେ ଯୁବତୀଙ୍କୁ ମଝିରେ ବସାଇ ନେଇ ଯାଉଥିବା ଦେଖିବାକୁ ମିଳିଛି । ମୃତ ଛାତ୍ରୀ ଜଣଙ୍କ ହେଲେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର +୩ ଦ୍ୱିତୀୟ ବର୍ଷ ଦର୍ଶନଶାସ୍ତ୍ର ସମ୍ମାନ ଛାତ୍ରୀ ଝରାଫୁଲ ନାୟକ ବୋଲି ଜଣାପଡିଥିଲା । ୨୦ ବର୍ଷୀୟ ଝରାଫୁଲଙ୍କ ଘର ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ବୁନ୍ଦେଇପଶି ଗ୍ରାମରେ । ସେ ରମାକାନ୍ତ ନାୟକଙ୍କ ଝିଅ ବୋଲି ଜଣାପଡିଛି ।

Comments are closed.