ଇତିହାସ ରଚିଲା ସେୟାର ବଜାର, ୫୦ ହଜାର ଟପିଲା ସେନସେକ୍ସ

ନୂଆଦିଲ୍ଲୀ,୨୧ ।୧: ଭାରତୀୟ ସେୟାର ଗୁରୁବାର ଦିନ ନୂଆ ଇତିହାସ ରଚିଛି । ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ସେନସେକ୍ସ ଓ ନିଫ୍ଟ । ପ୍ରଥମ ଥର ପାଇଁ ୫୦ ହଜାର ଟପିଛି ସେନସେକ୍ସ । ବମ୍ୱେ ଷ୍ଟକ ଏକ୍ସଚେଞ୍ଜରେ ୩୩ ପଏଣ୍ଟ ବୃଦ୍ଧି ପାଇ ୫୦ ହଜାର ୧୨୬ରେ ସେନସେକ୍ସ ପହଞ୍ଚିଛି । ବିଗତ ୧୦ ମାସରେ ସେନସେକ୍ସ ଦ୍ୱିଗୁଣିତ ହୋଇଥିବା ସୂଚନା ରହିଛି । ଅନ୍ୟପଟେ ନିଫ୍ଟି ବି ୧୪ ହଜାର ୭୦୦ ଅତିକ୍ରମ କରିଛି ।

ତେବେ ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବରେ ଜୋ ବାଇଡେନ ଶପଥ ଗ୍ରହଣ କରିବା ପରେ ଘରୋଇ ଷ୍ଟକ୍ ମାର୍କେଟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଏହା ସହ ଆମେରିକାରେ ବାଇଡେନର ଯୁବ ଆରମ୍ଭ ହୋଇଛି । ଏହି ସତ୍ତା ପରିବର୍ତ୍ତନ ଉପରେ ସମଗ୍ର ବିଶ୍ୱର ନଜର ରହିଛି । ବାଇଡେନ୍ କ୍ଷମତାକୁ ଆସିବା ମାତ୍ରେ ହିଁ ଟ୍ରମ୍ପଙ୍କ ଅନେକ ନୀତିକୁ ପରିବର୍ତ୍ତନ କରିବା ସହ ବହୁ ଐତିହାସିକ ପଦକ୍ଷେପ ନେଇଛନ୍ତି । ଏହାକୁ ନେଇ ଭାରତୀୟ ନିବେଶକ ବେଶ ଉତ୍ସାହ ଅଛନ୍ତି ।

Comments are closed.