ବିନା କୋଭିଡ ରିପୋର୍ଟରେ କାଳିଆ ଦର୍ଶନ, ପୋଲିସ ପକ୍ଷରୁ ଫିଡବ୍ୟାକର ବ୍ୟବସ୍ଥା
ପୁରୀ,୨୧ ।୧: ଆଜିଠାରୁ ବିନା କୋଭିଡ ରିପୋର୍ଟରେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ସାଧାରଣ ଭକ୍ତ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଧାଡି ହୋଇଛି । ପୋଲିସ ପକ୍ଷରୁ ଫିଡବ୍ୟାକର ବ୍ୟବସ୍ଥା କରାଯାଇଛି । ଉତ୍ତର ଦ୍ୱାର ପଟେ ସ୍ୱତନ୍ତ୍ର କାଉଣ୍ଟର କରାଯାଇଛି । ଭକ୍ତଙ୍କ ମତାମତକୁ ନେଇ ଦର୍ଶନ ବ୍ୟବସ୍ଥାର ସମୀକ୍ଷା ହେବ ।
ତେବେ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଆଉ ଭକ୍ତଙ୍କୁ ଦରକାର ପଡ଼ିବନି କୋଭିଡ୍ ନେଗେଟିଭ୍ ରିପୋର୍ଟ । ଏ ନେଇ ଭକ୍ତଙ୍କ ମନରେ ଉତ୍କଣ୍ଠା ବଢ଼ିଥିବାବେଳେ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ବ୍ୟବସ୍ଥା ନିମନ୍ତେ ୨୬ ପ୍ଲାଟୁନ ପୋଲିସ ଫୋର୍ସ ସହ ୨ ଅତିରିକ୍ତ ଏସପି, ୭ ଡିଏସପି, ସମସ୍ତ ଥାନାର ଅଧିକାରୀ ନିୟୋଜିତ ହୋଇଛନ୍ତି । ଧାଡ଼ି ଦର୍ଶନ ପାଇଁ ବଡ଼ଦାଣ୍ଡରେ ମାର୍କେଟ୍ ଛକରୁ ବାରିକେଡ୍ କରାଯାଇଛି । ସିଂହଦ୍ୱାରରେ ଥର୍ମାଲ୍ ସ୍କାନିଂ, ସାନିଟାଇଜର ଆଦିର ବ୍ୟବସ୍ଥା କରାଯାଇଛି । ଥର୍ମାଲ ସ୍କ୍ରିନିଂ ବେଳେ କୌଣସି ଭକ୍ତଙ୍କ ଶରୀରର ତାପମାତ୍ରା ୧୦୦ ଡିଗ୍ରୀ ଉପରକୁ ରହିବ ସେମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ମିଳିବ ନାହିଁ ।
Comments are closed.