ସୁନା ସଫା ଆଳରେ ମହିଳାଙ୍କ ଗହଣା ଲୁଟି ଦୁର୍ବୁତ୍ତ ଫେରାର

ଟାଙ୍ଗୀ, ରାକେଶ କୁମାର ଜଗଦେବ : ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଧିନସ୍ଥ କାଳୁପଡ଼ା ଘାଟ ଅଞ୍ଚଳର ଅଁଳାଡିହ ଗ୍ରାମର ଫୁଲଗୋରଡ଼ା ସାହି ଅନ୍ତର୍ଗତ ବଂଶୀଧର ମହାନ୍ତି ଙ୍କର ସ୍ତ୍ରୀ ୬୩ ବର୍ଷୀୟା ମହିଳା ଦିନମଣୀ ମହାନ୍ତିଙ୍କ ଠାରୁ କୌଣସି ଦୁର୍ବୁତ୍ତ ପୁରୁଣା ସୁନା ସଫା କରିବା ଆଳରେ ପିନ୍ଧିଥିବା ହାର, ଦୁଇ ହାତର ସୁନା ବାହୁଟି ଏବଂ ସୁନା ମୁଦିକୁ ଲୁଟିନେବାରେ ସଫଳ ହୋଇଛି । ଏପରିକି କାନରେ ପିନ୍ଧିଥିବା ସୁନା ଫୁଲକୁ ମଧ୍ୟ ଲୁଟିବାକୁ ଉଦ୍ୟମ ବେଳେ ବିଫଳ ହୋଇ ମହିଳାଙ୍କ ପାଖରୁ ଲକ୍ଷାଧିକ ଟଙ୍କାର ଗହଣା ଲୁଟି ଗାଡି ଧରି ଚମ୍ପଟ ମାରିଛି । ଏ ସମ୍ପର୍କରେ ପରିବାର ତରଫରୁ ଟାଙ୍ଗୀ ଥାନାରେ ଲିଖିତ ଅଭିଯୋଗ ହୋଇଛି ।

Comments are closed.